www.samajalive.in
Saturday, December 13, 2025
26.1 C
Bhubaneswar

ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ; ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି

ଇମ୍ଫାଲ: ମଣିପୁରରେ ବିଷ୍ଣୁପୁରରେ ତିନିରୁ ଚାରି ଜଣ ଯୁବକ ଏକ ଭ୍ୟାନରେ ନିଆଁ ଲଗାଇବା ଘଟଣା ପରେ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି।  ଦେଖାଦେଇଥିଲା। ଏହାପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି। କୁହାଯାଉଛି ଯେ, ଭ୍ୟାନରେ ନିଆଁ ଲଗାଇଥିବା ଯୁବକମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଥିଲେ, ଯାହାପରେ ସମଗ୍ର ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ତିକ୍ତ ହୋଇପଡ଼ିଛି। ଏହା ବ୍ୟତୀତ ପ୍ରଶାସନ ଆସନ୍ତା ଦୁଇମାସ ପାଇଁ ଚୁରାଚନ୍ଦପୁର ଏବଂ ବିଷ୍ଣୁପୁରରେ ୧୪୪ ଧାରା ଲାଗୁ କରିଛନ୍ତି।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଶନିବାର ଅପରାହ୍ନ ୩ଟା ୩୫ରେ ପାଝୁଗାକ୍‌ଚୋ ଇଖାଇ ଅୱାଙ୍ଗ ଲେଇକାଇରେ ଏକ ଜଳୁଥିବା ଭ୍ୟାନ୍ ମିଳିଥିଲା। ଏହି ଭ୍ୟାନକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ତିନି ଚାରିଜଣ ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଲୋକଙ୍କୁ ଉସୁକାଇବା କରିବା ପାଇଁ ବିଭିନ୍ନ ପ୍ରକାରର ବାର୍ତ୍ତା ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଲା। ଏହାପରଠାରୁ ମୋବାଇଲ୍ ଇଣ୍ଟରନେଟ୍ ସେବା ବ୍ୟାହତ କରିଦିଆ ଯାଇଛି। ଏଥିସହ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରାଯାଇଛି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories