www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟାଳୟ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟଗୁଡିକୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ନମିତା କହଁର, ତହସିଲଦାର ପୁନମ ରାଉତ, ଅତିରିକ୍ତ ତହସିଲଦାର ତପନ ମଲ୍ଲିକ, ତହସିଲ ସୁପ୍ରଭାଇଜର ମଧୁସ୍ମିତା ନାଏକ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋଜ କୁମାର ମିଶ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷକ କୈଳାଶ ସିଂଙ୍କ ସହ ବ୍ଲକର ସମସ୍ତ ପଂଚାୟତର ସରପଞ୍ଚ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ତହସିଲର ଅମିନ ପ୍ରଶାନ୍ତ କୁମାର ବେହେରା ଓ ଅଜୟ କୁମାର ବେହେରାଙ୍କ ସହ ପ୍ରତିଭା ମଞ୍ଜରୀ ବେହେରା, ଏନ ସ୍ଵର୍ଣମୟୀ ଓ ସମସ୍ତ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୦୭ଟି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ପଟ୍ଟା ବଣ୍ଟନ ଅଭିଯାନ ଜାରି ରହିବ ଓ ବ୍ଲକର ସମସ୍ତ ସ୍କୁଲକୁ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories