www.samajalive.in
Saturday, December 6, 2025
23.1 C
Bhubaneswar

ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ, ତୁମୁଡିବନ୍ଦ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ପାଇଁ ବିଦ୍ୟାଭ।ରତୀ ତଥା ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ଏହି ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକ, ମାତୃ ଭାରତୀ ପୂର୍ବ ଛାତ୍ର, ପରିଚାଳନା ସମିତି ତଥା ଶୁଭେଛୁ ମାନଙ୍କୁ ନେଇ ଏକ ଆୟୋଜନ ଟୋଲୀ ଗଠନ କରାଯାଇଛି । ଅଗଷ୍ଟ ଏଗାର ରୁ ଅଗଷ୍ଟ ସତର ପର୍ୟ୍ୟନ୍ତ ହେବାକୁ ଥିବା ଅମୃତ ମହୋତ୍ସବ ସପ୍ତାହରେ ପ୍ରତିଦିନ ଏକ ବିଶେଷ କାର୍ୟ୍ୟକ୍ରମ କରିବାକୁ ହାତକୁ ନିଆଯାଇଛି।
ପବିତ୍ର ରକ୍ଷା ପୂର୍ଣିମା ଅବସରରେ ୭୫ଜଣ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ଦୀପ ଯଜ୍ଞ ପୂର୍ବକ ଶୁଭାରମ୍ଭ କରାଯାଇ, ବାର ତାରିଖ ରେ ବିଦ୍ୟାଳୟ ଶିଶୁ ମାନଙ୍କ ଦ୍ୱାରା ଚିତ୍ରାଙ୍କନ, ତର୍କ, କୁଇଜ, ଦେଶାତ୍ମବୋଧକ ସଙ୍ଗୀତ, ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ କରାଯିବାର ଯୋଜନା ରଖାଯାଉଛି ।
ତେର ତାରିଖରେ ଶିଶୁ ମାନଙ୍କ ସୃଜନୀ ଦ୍ୱାରା ପ୍ରାଚୀର ପତ୍ରିକାର ଶୁଭ ଉନ୍ମୋଚନ ହେବା ବେଳେ ଚଉଦରେ ମାତୃଭାରତୀ ଓ ଅଭିଭାବିକାଙ୍କ ସମ୍ମିଳନୀ ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯିବ । ଅଗଷ୍ଟ ପନ୍ଦର ପବିତ୍ର ସ୍ୱାଧୀନତା ଦିବସ ଅବସରରେ ପଥ ସଂଚଳନ, ଦେଶାତ୍ମବୋଧ ନୃତ୍ୟ, ମହାପୁରୁଷଙ୍କ ଝାଙ୍କି ସହ ୭୫ଜଣ ଅଭିଭାବକ ଓ ଅଭିଭାବିକା ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହେବେ । ଅଗଷ୍ଟ ଷୋହଳ ତାରିଖରେ ବିଭିନ୍ନ ପୋଷାକ ଗ୍ରାମରେ ବିଦ୍ୱତ ପରିଷଦଙ୍କ ଦ୍ୱାରା ୭୫ ଟି ବୃକ୍ଷ ରୋପଣ କରାଯିବ । ଅଠର ତାରିଖରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ।
ଏହି ଅବସରରେ ଅଭିଭାବକ ସମ୍ମିଳନୀ ସହିତ ପୁରସ୍କାର ବଣ୍ଟନ ଓ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯିବ। ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧ୍ୟକ୍ଷତା ତଥା ପ୍ରଧାନ ଆଚାର୍ୟ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ, ସଂପ।ଦକ ହୀରାଲାଲ ପ୍ରଧାନ, ସହ ସଂପଦକ ମୁରଲୀଧର ମହାପାତ୍ର, ଉପ ସଭାପତି ପ୍ରସନ୍ନ ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ କୁମାର ସାହୁ, କୁନ୍ତଳା ମ।ଝି, ଅଭିଭାବକ ଵିଵଛ ପରିଛା, ବିଭୁତି ଭୂଷଣ ମଲ୍ଲିକ, ଯଶୋବନ୍ତ ପ୍ରଧାନ, ଅରକ୍ଷିତ ପ୍ରଧାନ, ସନତ କୁମାର ସାହୁ ପ୍ରଭୃତି ଉପସ୍ଥିତ ଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories