www.samajalive.in
Saturday, December 13, 2025
18.1 C
Bhubaneswar

ବୌଦ୍ଧ ସହରର ବୁଲା ଗାଈଗୋରୁଙ୍କୁ ସୁରକ୍ଷା ଓ ଥଇଥାନ ପାଇଁ ପ୍ରସ୍ତୁତି ବୈଠକ 

ବୌଦ୍ଧ : ସୁନ୍ଦରଗଡ଼ ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ନିର୍ଦ୍ଦେଶିକା ତାରାକାନ୍ତି ପଟେଲ, ଗ୍ରାମ୍ୟ ବିକାଶ ପରିଷଦ ସମ୍ପାଦକ କୃତ୍ତିବାସ ପଲିଆ ଓ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ଆବାହକତ୍ତ୍ୱରେ ବୌଦ୍ଧ ଏନ ଏ ସି କାର୍ୟ୍ୟାଳୟରେ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କ ଅଧକ୍ଷତାରେ ଗୋସୁରକ୍ଷ୍ୟା ଓ ଥଇଥାନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଆଲୋଚନାରେ ପ୍ରାଣୀ ଚିକିତ୍ସାଳୟର ଉପ -ନିର୍ଦ୍ଦେଶକ ଡା. ହୃଷିକେଶ ବେହେରା, ପ୍ରାଣୀ ଚିକିତ୍ସକ ତଥା ସତ୍ୟସାଇ ସେବା ସଂଗଠନ ବୌଦ୍ଧ ଜିଲ୍ଲା ସଭାପତି ଡା. ପ୍ରିୟବ୍ରତ୍ତ ବେହେରା, ଭାରତୀୟ କିସାନ ସଙ୍ଘ ସଭାପତି ତଥା ଗାୟତ୍ରୀ ପରିବାର ଉପଦେଷ୍ଟା ନବୀନ କୁମାର ପ୍ରଧାନ, ସ୍ୱାଭିମାନ ଟ୍ରଷ୍ଟ ସଭାପତି ତଥା ବ୍ରାହ୍ମଣ ସମାଜ ଜିଲ୍ଲା ସମ୍ପାଦକ ଦେବାଶିଷ ପୁରୋହିତ, ପ୍ରାଣୀ କଲ୍ୟାଣ ମଞ୍ଚ ସମ୍ପାଦକ ଅରୁଣ ମେଣ୍ଡିଲି, ହସ୍ତତନ୍ତ ଉନ୍ନୟନ ସଂସ୍ଥା ପ୍ରତିଷ୍ଠାତା ଯଦୁମଣି ମେହେର, ୱାଇ ସି ଡି ଏ କାର୍ୟ୍ୟକ୍ରମ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଏନ ଏ ସି କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ, ନନ୍ଦୀକୁମାର ବେହେରା, ଭାଗିରଥି କର୍ଣ୍ଣ ପ୍ରମୁଖ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରସ୍ତାବ ପ୍ରକାରେ ଏନ ଏ ସି ଦ୍ୱାରା ମର୍ଜ।କୁଦରେ ବୁଲା ଗାଈଗୋରୁଙ୍କୁ ଥଇଥାନ ସହିତ ଗୋଆଧାରିତ ପର୍ୟ୍ୟଟନସ୍ଥଳୀ ନିର୍ମାଣ କରିବା, ଅସ୍ଥାୟୀ କାଞ୍ଜିଆ ହୋଦା ସ୍ଥାପନ, ଗୋଆଧାରିତ କୁଟୀର ଶିଳ୍ପ ପାଇଁ ତାଲିମ କେନ୍ଦ୍ର, ଇତ୍ୟାଦି ପ୍ରସ୍ତାବ କାଉନସିଲ ବୈଠକରେ ପାରିତ କରି ଜିଲ୍ଲା ପ୍ରଶାସନ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅର୍ଥ ବରାଦ ପାଇଁ ଅନୁରୋଧ କରାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories