www.samajalive.in
Saturday, December 13, 2025
26.1 C
Bhubaneswar

ଭୋଟର ତାଲିକା ସହ ଆଧାରକାର୍ଡ ସଂଯୁକ୍ତ ଅଭିଯାନ ଆରମ୍ଭ

ବୌଦ୍ଧ : ନିର୍ବାଚନ କମିଶନ ଭୋଟର ତାଲିକାରେ ସ୍ୱଛତା ଆଣିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଭୋଟର ତାଲିକାରେ ଫଟୋ ସଂଯୁକ୍ତ କରାଯିବାପରେ ବର୍ତମାନ ସେଥିରେ ଆଧାରକାର୍ଡ ସଂଯୁକ୍ତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି। ଏହି ଆଧାରକାର୍ଡ ସଂଯୁକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲାସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବୌଦ୍ଧର ଭାରପ୍ରାପ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଡକାଯାଇ ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ କରିବାକୁ ନିର୍ବାଚନ କମିଶନ ନେଇଥିବା ନିଷ୍ପତି ସଂପର୍କରେ ସୂଚନା ଦିଆଯିବା ସହିତ ଏହି କାର୍ଯ୍ୟରେ ରାଜନୈତିକ ଦଳଗୁଡିକ ସହଯୋଗ କରିବାକୁ ନିବେଦନ କରାଯାଇଛି।
ଭୋଟରମାନେ ଅନଲାଇନରେ ନିଜର ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ କରିପାରିବେ କିମ୍ବା ବୁଥସ୍ତରୀୟ ଅଧିକାରୀଙ୍କ ଜରିଆରେ କରିପାରିବେ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ତାଲିକାରେ ସଂଯୁକ୍ତ ହେବାକୁଥିବା ନୂତନ ଭୋଟରମାନେ ମଧ୍ୟ ଏହାର ଲାଭ ପାଇପାରିବେ। ପ୍ରତ୍ୟେକ ପର୍ଯ୍ୟାୟରେ ନୂତନ ଭୋଟରମାନଙ୍କ ନାମ ମୁଖ୍ୟ ତାଲିକା ସହିତ ସଂଯୁକ୍ତ ହୋଇପାରିବ।
ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। କିଛି ଅଧିକାରୀ ଏନେଇ ଭୁବନେଶ୍ୱରରେ ହେବାକୁଥିବା ତାଲିମ ଗ୍ରହଣ କରି ଫେରିବା ପରେ ଜିଲାସ୍ତରରେ ବୁଥସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିବେ। ବୈଠକରେ ଜିଲା ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ସନତ କୁମାର ନାଏକ ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ ପ୍ରକ୍ରିୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ,ହରଭଙ୍ଗା ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର,କଣ୍ଟାମାଳ ଭାରପ୍ରାପ୍ତ ତହସିଲଦାର ଧନଞ୍ଜୟ ସାହୁ,ବୌଦ୍ଧ ବ୍ଲକ ଏବିଡିଓ ପ୍ରମୋଦ କୁମାର ମିଶ୍ର ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖଙ୍କ ସମେତ ବୁଥସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ସେହିପରି ରାଜନୈତିକ ଦଳଗୁଡିକ ପକ୍ଷରୁ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ଜିଲା ବିଜେଡି ସଂପାଦକ ଶିତାଂଶୁ ଶେଖର ମହାକୁଳ,ଜିଲା କଂଗ୍ରେସ କମିଟି ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ସରୋଜ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories