www.samajalive.in
Sunday, December 14, 2025
26.1 C
Bhubaneswar

ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ । ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମନ୍ନା ଲଲିତଙ୍କ ନାଁ ସୁପାରିସ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସେ ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ଙ୍କ ନାଁ ସୁପାରିସ କରିଥିବା କୁହାଯାଇଛି । ଚଳିତ ମାସ ୨୬ ତାରିଖରେ ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ପରେ ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ୍‌ ଲଲିତ୍‌ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ହେଲେ ଦେଶ ୪୯ତମ ପ୍ରଧାନ ବିଚାରପତିଙ୍କୁ ପାଇବ । ଏବଂ ତାଙ୍କର କାର୍ଯ୍ୟକାଳ ମାତ୍ର ୩ ମାସ ରହିବ । ସେ ନଭେମ୍ବର ମାସରେ ଅବସର ନେ​‌ବେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories