www.samajalive.in
Sunday, December 14, 2025
26.1 C
Bhubaneswar

ବୋଲେରୋ ଦୁର୍ଘଟଣା ଗ୍ରସ୍ତ, ଗୁରୁତର ଆହତଙ୍କୁ ଉଦ୍ଧାର କଲେ ସମାଜ ସେବୀ

ମୋହନା: ପିସ ଅନୁଷ୍ଠାନର ସଭାପତି ତଥା ମୋହନା ଅଞ୍ଚଳର ଜଣାଶୁଣା ଜଣେ ସମାଜସେବୀଙ୍କ ମହାନତା ଯୋଗୁଁ ବଞ୍ଚିଯାଇଛି କିଛି ନିରୀହଙ୍କ ଜୀବନ। ପାରଳାଖେମୁଣ୍ଡିରୁ ମୋହନା ବ୍ଲକ ଅନ୍ତର୍ଗତ ହାଚିପଙ୍କା ଗ୍ରାମର ଜଣେ ମହିଳା, ୨ଜଣ ଶିଶୁ, ଚାଳକଙ୍କ ସମେତ ୩ ଜଣ ବ୍ୟକ୍ତିଙ୍କ ସହିତ କେରଳ ରାଜ୍ୟ କ୍ୟାଥଲିକ ଚର୍ଚ୍ଚର ଜଣେ ସିଷ୍ଟର ଏକ ସଭାରେ ଯୋଗ ଦେବା ପାଇଁ ଏକ ବୋଲେରୋ ଯୋଗେ ବିରିକୋଟ ଗ୍ରାମକୁ ଯାଉଥିଲେ। ବୋଲେରୋଟି ଭାରସାମ୍ୟ ହରାଇ ରା.ଉଦୟଗିରି ଥାନା ଅନ୍ତର୍ଗତ ଅବାରସିଂ ଗ୍ରାମ ନିକଟରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଗାଡିରେ ବସିଥିବା ଯାତ୍ରୀ ଗାଡି ମଧ୍ୟରେ ଫସି ଓ ଚାପି ହୋଇ ରହିଥିଲେ। ସେମାନଙ୍କ ସହିତ ଅନ୍ୟ ୨ଟି ଗାଡ଼ି ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ସିଷ୍ଟରଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରି ସେମାନଙ୍କୁ ଉଦ୍ଧାର କରିନଥିଲେ।

 

- Advertisement -

ଏହି ସମୟରେ ମୋହନା ପିସ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ବେହେରା ବିଶେଷ କାମରେ ପାରଳାଖେମୁଣ୍ଡି ଯାଉଥିବା ବେଳେ ଏଭଳି ଘଟଣା ଦେଖି ନିଜ ବୋଲେରୋ ଗାଡ଼ି ଅଟକାଇ ୧୦୮କୁ ଫୋନ କରିଥିଲେ।କିନ୍ତୁ ୧୦୮ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିବ ବୋଲି ଉତ୍ତର ଆସିବାରୁ କାଳବିଳମ୍ବ ନକରି ଗାଡ଼ି ମଧ୍ୟରୁ ସମସ୍ତ ଗୁରୁତର ମାନଙ୍କୁ ଉଦ୍ଧାର କରି ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ସିଷ୍ଟର ଓ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିଲା। ଘଟଣା ସ୍ଥଳରେ ରା.ଉଦୟଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସମାଜସେବୀ ଶ୍ରୀ ବେହେରାଙ୍କ ଏଭଳି ମହାନତା କାମକୁ ଅଞ୍ଚଳର ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories