www.samajalive.in
Sunday, December 14, 2025
19.1 C
Bhubaneswar

ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ଝାଡାବାନ୍ତିର ପ୍ରକୋପ ; ଜଣେ ମୃତ

କଲମପୁର : ଥମିବାର ନାଁ ନେଉ ନାହିଁ ଝାଡା ବାନ୍ତି ରୋଗର ପ୍ରଭାବ। କେତେବେଳେ କାଶିପୁର ଅଂଚଳରୁ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ଦଶମନ୍ତପୁର ପୁଣି କେତେବେଳେ କଲ୍ୟାଣସିଂପୁର ଅଂଚଳରୁ ଜୀବନ ଯାଉଛି।
ଏହି ଚର୍ଚ୍ଚାରେ ଜୋଡି ହେଇଯାଇଛି ଏହି ତିନି ଗୋଟି ବ୍ଲକର ମଧ୍ୟବର୍ତି ଅଂଚଳରେ ଥିବା କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ। ଗତ କିଛିଦିନ ତଳେ ଗୋପୀନାଥପୁର ପଂଚାୟତର ଚିଙ୍ଗିଡିପାସ ଗ୍ରାମରେ ଝାଡା ବାନ୍ତି ରୋଗର ପ୍ରଭାବ ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହେଇଥିବା ବେଳେ ପରବର୍ତି ସମୟରେ ମାଳିକାଗାଁ ପଂଚାୟତର କର୍ଡାପାସ ଓ କଣାସୁକଲି ଅଂଚଳରେ ଝାଡା ବାନ୍ତି ରୋଗରେ ଲୋକ ଆକ୍ରାନ୍ତ ହେଇଥିଲେ। ଏହାସହ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଦୁର୍ବିସହ ଜୀବନ ଜିଉଁଥିବା କୁଟୃପାଟ ଗ୍ରାମର ବୃଦ୍ଧା ଡମୁନୀ ଜାନୀ (କରାଇ) ଏହି ରୋଗରେ ଆକ୍ରାନ୍ତ ହେ।ଇ ସୋମବାର ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି।
ଡୁମନୀ ଜାନୀର ମୃତ୍ୟୁ ପରେ ଥୁଆମୁଳ ରାମପୁର ଅଂଚଳରେ ଝାଡା ବାନ୍ତି ୧୫ ଦିନ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇଛି। ଗତ ଶନିବାର ଦିନ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝାଙ୍କ ନେତୃତ୍ୱରେ ଦୁଇ ଗୋଟି ଡାକ୍ତରୀ ଦଳ ଏହି ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଡଙ୍ଗାରେ ପାରି ହେ।ଇ କୁଟୃପାଟ ଭଳି ଦୁର୍ଗାମ ଇଲାକାକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବରି ଜାନୀ, ଦଶରୀ ଜାନୀ, ଆଦାଇ ଜାନୀ ଓ ମହନ୍ତ ଜାନୀ ପ୍ରମୁଖ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେ।ଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇଥିବା ନେଇ ଡାକ୍ତର ଝା ସୁଚନା ଦେଇଛନ୍ତି। ଏହାସହ ଏହି ସବୁ ଅଂଚଳରେ ରୋଗର ପ୍ରଭାବ ନିୟନ୍ତ୍ରଣ ଥିବା ସୁଚନା ଦେଇଥିଲେ। କିନ୍ତୁ ପରବର୍ତି ସମୟରେ ଜଣେ ବୃଦ୍ଧା ଡୁମେନ (କରାଇ) ଏହି ରୋଗରେ ଆକ୍ରାନ୍ତ ହେ।ଇ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହାସହ ୧୨ ବର୍ଷିୟ ମହନ୍ତ ଜାନୀର ଅବସ୍ଥା ଗୁରୁତର ଥିବାରୁ ଘଟଣାସ୍ଥଳକୁ ଯାଇଥିବା ଡାକ୍ତରୀ ଦଳ ଦୀର୍ଘ ୫ କିଲୋମିଟର ରୋଗୀଙ୍କୁ ବୋହି ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ସହାୟତାରେ ପାର କରି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରୁଥିବା ଡାକ୍ତର ଝା ସୁଚନା ଦେଇଛନ୍ତି। ଏହାସହ ଅନ୍ୟ ଜଣେ ଗୁରୁତର ରୋଗୀ ଗାଁରେ ରହିଯାଇଥିବା ସୁଚନା ମିଳିଛି। ତୁରନ୍ତ ଏହି ରୋଗ ନିୟନ୍ତ୍ରଣ ନେଇ ପଦକ୍ଷେପ ନିଆନଗଲେ ସ୍ଥିତି ଜଟିଳ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories