www.samajalive.in
Monday, December 8, 2025
13.1 C
Bhubaneswar

ସଲମାନଙ୍କୁ ମିଳିଲା ଆର୍ମସ୍‌ ଲାଇସେନ୍ସ; ମିଳିଥିଲା ହତ୍ୟା ଧମକ

ମୁମ୍ବଇ: ଆତ୍ମରକ୍ଷା ପାଇଁ ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ଅସ୍ତ୍ର ରଖିବା ପାଇଁ ଲାଇସେନ୍ସ ପ୍ରଦାନ କରିଛି। ହତ୍ୟା ଧମକ ମିଳିବା ପରେ ସଲମାନ ଜୁଲାଇ ୨୨ ତାରିଖରେ ମୁମ୍ବଇ ପୁଲିସ କମିଶନର ବିବେକ ଫନସାଲକରଙ୍କୁ ଭେଟି ଆତ୍ମରକ୍ଷା ଉଦ୍ଦେଶ୍ୟରେ ଅସ୍ତ୍ର ରଖିବା ପାଇଁ ଲାଇସେନ୍ସ ମାଗିଥିଲେ ଏବଂ ଏବେ ତାଙ୍କୁ ଆର୍ମସ୍‌ ଲାଇସେନ୍ସ ଦିଆଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ଅଭିନେତା ନିଜ ସୁରକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅଭିନେତା ସଲମାନ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ତାଙ୍କ ଅବସ୍ଥା ମଧ୍ୟ ମୁସେୱାଲାଙ୍କ ଭଳି ହେବ ବୋଲି ପତ୍ର ମାଧ୍ୟମରେ ଧମକ ଦିଆଯାଇଥିଲା। ସଲମାନଙ୍କ ନିକଟକୁ ଆସିଥିବା ଲରେନ୍ସ ବିଷ୍ଣୋଇଙ୍କ ହତ୍ୟା ଧମକ ପତ୍ର ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ଘଟଣା ସହିତ ସମ୍ପୃକ୍ତ। ଏହି ମାମଲାରେ ସଲମାନ ଅନ୍ୟତମ ଅଭିଯୁକ୍ତ ଥିଲେ। ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା। ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ସେ ଗତ ମାସରେ ମୁମ୍ବଇ ପୁଲିସ ମୁଖ୍ୟାଳୟକୁ ଯାଇ କମିଶନର୍‌ ଫନସାଲକରଙ୍କୁ ଭେଟିଥିଲେ। ନିଜର ଏବଂ ପରିବାରବର୍ଗଙ୍କ ସୁରକ୍ଷା ନିମନ୍ତେ ତାଙ୍କର ବନ୍ଧୁକଟିଏ ଲୋଡ଼ା ବୋଲି କହି ସେ ଏଥିପାଇଁ ଆବେଦନ କରିଥିଲେ।

- Advertisement -

 

Hot this week

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

Related Articles

Popular Categories