www.samajalive.in
Thursday, December 11, 2025
23.1 C
Bhubaneswar

ବ୍ଲକ ସ୍ତରୀୟ ତୃତୀୟ ଫିରିଙ୍ଗିଆ ଫୁଟବଲ ଲିଗ ଉଦଯାପିତ; ମାଝିପଡାକୁ ହରାଇ ସୁଜିତ ଫୁଟବଲ କ୍ଲବ ଚମ୍ପିୟାନ୍‌

ଫୁଲବାଣୀ,ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ତୃତୀୟ ବ୍ଲକ ସ୍ତରୀୟ ଫୁଟବଲ ଲିଗ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ଓ ମହାକାଳ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଟିତ ହୋଇଥିବା ଏହି ଫୁଲବାଲ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅମର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସରପଂଚ ଜଳନ୍ଧର କହଁର , କ୍ରୀଡା ସଂଗଠନ ସୁକଦେବ ମୁଖୀ, ଯୁବ ସ୍ୱେଚ୍ଛାସେବୀ ସଂଞ୍ଜୟ କୁମାର ଦିଗାଳ , ପୂର୍ବତନ ଫୁଟବଲ ଖେଳାଳି ଦିଗାମ୍ବର କହଁର, ଅଶ୍ୱିନୀ ମୁଖୀ, ରଞ୍ଜିତ କୁମାର ଦିଗାଳ, ସାଗର ସାହୁ, ସୁରଞ୍ଜନ ନାଏକ , ଜିତୁ ମୁଖୀ, ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଆସନ୍ତା ଗତ ୨୦ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ବ୍ଲକର ୮ଟି ଫୁଲବଲ ଟିମ ଯୋଗଦେଇ ଥିବାବେଳେ ଫାଇନାଲ୍‌ ମ୍ୟାଚ୍‌ ସୁଜିତ ଫୁଟବଲ କ୍ଲବ ଓ ଏନଟିଏସ କ୍ଲବ ମାଝିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଝିପଡାକୁ ୧-୦ ଗୋଲରେ ହରାଇ ସୁଜିତ ଫୁଟବଲ୍‌ କ୍ଳବ ଚମ୍ପିଆନ୍‌ ହୋଇଥିଲେ । ଉଭୟ ଦଳକୁ ଯୋଗଦେଇଥିବା ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟାରେ ଶୁଶାନ୍ତ କୁମାର ଜୁଣ୍ଡିଙ୍କ ସମେତ ତଣ୍ଡେଶ୍ୱର କହଁର , ଜଗନ ବିଶୋୟୀ, ନରେନ୍ଦ୍ର କହଁର  ଓ ଅଜିତ କୁମାର ମଳିକ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ସୁଜିତ ଫୁଲବଲ କ୍ଲବର ସଦସ୍ୟ ରାଜେଶ କୁମାର ଦିଗାଲ , ପିଣ୍ଟୁ କହଁର , ବିଭୁତି କହଁର ,ମନୋଜ କହଁର ,ଯଶୋବନ୍ତ କହଁର , ମାନସ ମୁଖୀ, ସୁବନ କହଁରଙ୍କ ସହ ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories