www.samajalive.in
Monday, December 8, 2025
13.1 C
Bhubaneswar

ବିଗ୍‍ ବି’କହିବେ: ଇତିହାସ ରଚିବ ଭାରତ

ଭୁବନେଶ୍ୱର : ‘ବିଶ୍ୱର ୫ଟି ସର୍ବଶ୍ରେଷ୍ଠ ହକି ଦଳ ମଧ୍ୟରେ ଭାରତକୁ ସାମିଲ କରାଯିବା ଦେଶ ପାଇଁ ଗର୍ବର ବିଷୟ। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‍ରେ ଭାରତ ପୁଣିଥରେ ଚମ୍ପିଆନ୍‍ ହୋଇ ଇତିହାସ ରଚିବ।’ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବଲିଉଡର ବିଗ୍‍ ବି’ ଅମିତାଭ ବଚ୍ଚନ। ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ୍‍ ବନେଗା କରୋଡ଼ପତି’ରେ ହକି ବିଶ୍ୱକପ୍‍କୁ ନେଇ ଚଳିତ ମାସ ୧୨ ତାରିଖରେ ପ୍ରସାରିତ ହେବ ଏକ ସ୍ୱତନ୍ତ୍ର ଏପିସୋଡ଼। ଯେଉଁଥିରେ ବିଗ୍‍ବିଙ୍କ ଗୁରୁ ଗମ୍ଭୀର କଣ୍ଠସ୍ୱରରେ ଉପରୋକ୍ତ ଶବ୍ଦଗୁଚ୍ଛ ଶୁଣିବାକୁ ମିଳିବ। ଏହି ଏପିସୋଡ଼ ପ୍ରସାରଣ ପୂର୍ବରୁ ଏହାର ‘ପ୍ରୋମୋ’ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଖାଲି ବିଗ୍‍ ବି’ କାହିଁକି ଏହି ଏପିସୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବି ଦେଖିବାକୁ ମିଳିବ। ଯେଉଁଥିରେ ସେ କହୁଛନ୍ତି, ‘ଓଡ଼ିଶାରେ ହକି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଆଦିବାସୀବହୁଳ ଅଞ୍ଚଳରେ ଏହା ଏକ ଲୋକପ୍ରିୟ ଖେଳ। ଏହି ଅଞ୍ଚଳର ପିଲାମାନେ ଛୋଟ ବେଳୁ ହିଁ ହକିକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସାମିଲ କରି ନିଅନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ‘ହକି ମହାକୁମ୍ଭ’ ପ୍ରଚାର ଓ ପ୍ରସାରକୁ ବ୍ୟାପକ କରାଯାଉଛି। ଖାସ୍‍ କରି ମୁଖ୍ୟମନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି।
ହକି ବିଶ୍ୱକପ୍‍ର ଶୁଭାରମ୍ଭ ମୁହୂର୍ତ୍ତରେ ଲୋକପ୍ରିୟ ସ୍ୱର ସଂଯୋଜକ, କଣ୍ଠଶିଳ୍ପୀ ଏଆର୍‍ ରହମନ୍‍ ଓ ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ‘ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ’ର ମୂର୍ଚ୍ଛନାରେ ଦେଶବାସୀ ଅଭିଭୂତ ହେବେ। ସେହିପରି ବଲିଉଡ ତାରକା ତଥା ସବୁରି ପ୍ରିୟ କିଙ୍ଗ୍‍ ଖାନ୍‍ (ଶାହରୁଖ) ଉଦ୍‍ଘାଟନୀ ଉତ୍ସବର ଆକର୍ଷଣ ସାଜିବେ। ଉତ୍ସବ ପୂର୍ବରୁ ଶାହରୁଖ ହକିପ୍ରେମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘ମୋ ସହିତ ପୁରୁଷ ବିଶ୍ୱ କପ୍‍ ହକି ଉଦ୍‍ଘାଟନୀ ଉତ୍ସବରେ ସାମିଲ ହୁଅନ୍ତୁ।’
ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବାରୁ ରାଜ୍ୟ ସରକାର ଏହାର ପ୍ରସ୍ତୁତି ଉପରେ ବିଶେଷ ନଜର ଦେଉଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ଅତିଥି ତଥା ଖେଳାଳିଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ କରୁଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories