www.samajalive.in
Monday, December 8, 2025
13.1 C
Bhubaneswar

ନବୀକୃତ ହକି କମ୍ପ୍ଲେକ୍ସ ଉଦ୍‌ଘାଟିତ

ଭୁବନେଶ୍ୱର : ବର୍ଷାକୁ ଖାତିର ନକରି କଳିଙ୍ଗ ଷ୍ଟାଡିୟମରେ ବୁଧବାର ହକି କିମ୍ବଦନ୍ତୀଙ୍କ ଖେଳ ଦେଖିବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ ହକିପ୍ରେମୀ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଲାଗି ନବୀକୃତ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସ ବୁଧବାର ସନ୍ଧ୍ୟାରେ ଉଦ୍‍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହକି କମ୍ପେ୍ଲକ୍ସକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବେ ଦେଶର
ଅନ୍ୟତମ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଭୁବନେଶ୍ୱର ଏବେ ଦେଶର କ୍ରୀଡ଼ା ରାଜଧାନୀ। ହକି ପାଇଁ ଓଡ଼ିଶା ସଦାସର୍ବଦା ପ୍ରଚେଷ୍ଟାରତ। ଓଡ଼ିଶାରେ ହକି ବିଶ୍ୱକପ ଆୟୋଜିତ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ହକି ବିଶ୍ୱକପକୁ ସଫଳ କରିବା ଓ ଶ୍ରେଷ୍ଠ ଆୟୋଜନ ନେଇ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। କଳିଙ୍ଗ ଷ୍ଟାଡ଼ିୟମ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ନେଇ ସରକାର ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ମ୍ୟାଚର ଦୁଇ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ, ନିର୍ଦେଶକ ଆର୍‍. ବିନୀଳ କୃଷ୍ଣ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଉନ୍ନୟନ କମିଶନର ଆର. ବାଲକୃଷ୍ଣନ୍‍ ପ୍ରମୁଖ ଉପସ୍ଥିତ ଥିଲେ।
ଅତ୍ୟାଧୁନିକ ହକି ଷ୍ଟାଡିୟମ୍‍
ହକି ବିଶ୍ୱକପ ଲାଗି କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡ ନୂତନ ରୂପ ନେଇଛି। ଅତ୍ୟାଧୁନିକ ହକି ଷ୍ଟାଡିୟମରେ ପରିଣତ ହୋଇଛି କଳିଙ୍ଗ ଷ୍ଟାଡିୟମ୍‍ର ପୁରୁଣା ହକି ଗ୍ରାଉଣ୍ଡ। ମୁଖ୍ୟ ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡରେ ନୂତନ ଜର୍ମାନ ନୀଳ ଟର୍ଫ ବିଛାଯାଇଛି। ଫ୍ଲଡଲାଇଟ୍‍ ମଧ୍ୟ ନୂତନ ଭାବେ ଲଗାଯାଇଛି। ୨ଟି ନୂତନ ଗ୍ୟାଲେରୀ ନିର୍ମାଣ କରାଯାଇଛି। ଦର୍ଶକ କ୍ଷମତା ୧୫ହଜାରକୁ ବୃଦ୍ଧି କରା ଯାଇଥିବା ବେଳେ ଏଥିରେ ଚଉକି ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ସହିତ ଖେଳାଳି ଡ୍ରେସିଂରୁମ୍‍, ଚେଞ୍ଜିଂ ରୁମ୍‍ ମଧ୍ୟ ନୂତନ ଭାବେ ପ୍ରସ୍ତୁତ କରାଯାଇଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories