www.samajalive.in
Thursday, December 11, 2025
18.1 C
Bhubaneswar

‘ତିତ୍‍ଲି’ର ପ୍ରଭାବ ଫାଇଲିନ, ହୁଦ୍‍ହୁଦ୍‍ଠାରୁ କମ୍‌ ରହିବ: ଏସ୍‍ଆରସି

ଭୁବନେଶ୍ଵର : ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ‘ତିତ୍‍ଲି’ର ପ୍ରଭାବ ଫାଇଲିନ ଓ ହୁଦ୍‍ହୁଦ୍‍ଠାରୁ କମ୍‍ ରହିବ। ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲାରେ ୧୦ଟି ଏନଡ଼ିଆରଏଫ ଓ ୮ଟି ଓଡ୍ରାଫ ଟିମ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆବଶ୍ୟକ ହେଲେ ହେଲିକପ୍ଟର ମଗାଯିବ। ଗୋପାଳପୁରଠାରେ ଥିବା ଆର୍ମି ଡ଼ିଫେନ୍ସ କଲେଜ, ନୌସେନା ସମସ୍ତଙ୍କ ସହ ଯୋଗାଯୋଗରେ ଅଛୁ। ବାତ୍ୟା ସହ ବଂଶଧାରା, ଋଷିକୂଲ୍ୟା ଓ ଅନ୍ୟ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଗଞ୍ଜାମ, ଗଜପତି ଖୋର୍ଦ୍ଧା,ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଳାହାଣ୍ଡି, ନୟାଗଡ଼ ଜିଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ପରିସ୍ଥିତି ୧୨ତାରିଖ ସକାଳେ ସୁଧୁରିଯିବ। ରାଜ୍ୟର ୮୩୭ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ସମସ୍ତ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories