www.samajalive.in
Sunday, December 14, 2025
26.1 C
Bhubaneswar

ଦୁଃଖଦ ; ସ୍କୁଲରୁ ଫେରିବା ବାଟରେ ଭୁଶୁଡିଲା କାନ୍ଥ ; ୨ ଶିଶୁ ମୃତ,୫ ଆହତ

ଅଲିଗଡ : ଉତ୍ତରପ୍ରଦେଶର ଅଲୀଗଡ ଜିଲାରେ ଶନିବାର ମଧ୍ୟାହ୍ନ ସମୟରେ ଏକ ଅଘଟଣ ଘଟିଛି। ବର୍ଷା କାରଣରୁ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡି ପଡି ୭ ଜଣ ଶିଶୁ ଏହା ତଳେ ଦବି ଯାଇଛନ୍ତି। ହୁସେନପୁର ଶହଜାଦପୁର ଅଞ୍ଚଳରେ ହୋଇଥିବା ଏହି ଅଘଟଣରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏହାସହ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଜିଲାର ଦାଦୋ ଅଞ୍ଚଳରେ ଏହି ଘଟଣା ଘଟିଛି। ହୁସେନପୁର ଶହଜାଦପୁରରେ ଏକ ଘର ତିଆରି ହୋଇଥିଲା। ଏହାର ନିକଟରେ ସ୍କୁଲରୁ ପଢା ସାରି ପିଲାମାନେ ଫେରୁଥିଲେ। ହଠାତ୍‍ ସେହି ସମୟରେ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡି ପଡିବାରୁ ୭ ଜଣ ପିଲା ଏହାତଳେ ଦବି ଯାଇଥିଲେ। ଏହାପରେ ସ୍ଥାନୀୟଲୋକେ ପ୍ରଥମେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ସହ ପୁଲିସ ଓ ଉଦ୍ଧାରକାରୀ ଦଳଙ୍କୁ ଏନେଇ ଖବର ଦେଇଥିଲେ। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଘଟଣାର ତଦନ୍ତ କରାଯାଉଛି।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories