www.samajalive.in
Sunday, December 14, 2025
23.1 C
Bhubaneswar

ହିନ୍ଦୀ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଯାପିତ

ବୌଦ୍ଧ: ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଜିଲ୍ଲାସ୍ତରୀୟ ହିନ୍ଦୀ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଶାଖା ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ରଞ୍ଜନ କୁମାର ଦାଶ, ଡ. ନିରଞ୍ଜନ ବେହେରା, ହିନ୍ଦୀ ପ୍ରଶିକ୍ଷକ ଡ. ଚନ୍ଦ୍ରପ୍ରତାପ ସିଂହ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ମଞ୍ଚାସୀନ ଥିଲେ ।

ହିନ୍ଦୀ ଭାଷାକୁ ଆଗ୍ରହର ସହିତ ଶିଖିବା ଓ ତାର ପଚାର ପ୍ରସାର କାରବାକୁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଏଥିରେ ଶିକ୍ଷକ ବସନ୍ତ କୁମାର ଦାଶ ଅତିଥି ପରିଚୟ କରିଥିଲେ । ମଞ୍ଜିତ ମୋହନ ଚାନ୍ଦ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ସୁରେନ୍ଦ୍ର ମିଶ୍ର ଓ ବସନ୍ତ ଦାଶ ସହଯୋଗ କରିଥିଲେ । ପ୍ରଶିକ୍ଷାର୍ଥୀ ମାନଙ୍କ ଭିତରେ ପ୍ରଥମ -ଦେବବ୍ରତ ପ୍ରଶାୟତ, ଦ୍ଵିତୀୟ -ମଞ୍ଜିତ ମୋହନ ଚାନ୍ଦ, ତୃତୀୟ -ସୋନୁ ଭୋଇ ଓ ସାନ୍ତ୍ୱନା ମୂଳକ ଭାବରେ ସ୍ୱପ୍ନାରାଣୀ ମହାପାତ୍ର, ବସନ୍ତ କୁମାର ଦାଶଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଦିଆଯାଇଥିଲା । ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉକି ଉକ୍ତ ପ୍ରଶିକ୍ଷଣ ଗତ ତା ୧୮-୭-୨୨ରିଖ ଠାରୁ ଆରମ୍ଭ ହୋଇ ତା ୨୯-୭-୨୨ରିଖରେ ଉଦଯାପିତ ହୋଇଥିଲା ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories