www.samajalive.in
Friday, December 12, 2025
27.1 C
Bhubaneswar

ଡମପଡା ବ୍ଲକରେ ବିଭିନ୍ନ ଜନକଲ୍ୟାଣ ଯୋଜନାର ସମୀକ୍ଷା

ବାଙ୍କୀ : ବାଙ୍କୀ-ଡମପଡା ପଞ୍ଚାୟତ ସମିତି ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଶୁକ୍ରବାର ଦିନ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ବିଭିନ୍ନ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା, ଲୋକଙ୍କ ପାଖରେ ପହଞ୍ଚୁ ଥିବା କାର୍ଯ୍ୟଟି କେତେଦୂର ରୂପାୟନ ହୋଇଛି ତାହାର ପ୍ରତିଟି ଦିଗ ଉପରେ ଅନୁଧ୍ୟାନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଧିବଦ୍ଧ ଆଲୋଚନା କରିଛନ୍ତି । ଏହି ବୈଠକରେ ବାର୍ଦ୍ଧକ୍ୟ, ବିଧବା ଭତ୍ତା, ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା, ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ମନରେଗା ଯୋଜନାର କାର୍ଯ୍ୟକାରୀତା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ବିଡିଓ ଶ୍ୟାମଳ କୁମାର ରାୟ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସ୍ମୃତିମୟୀ ଜେନା, ବିତ୍ତିୟ ଅଧିକାରୀ ତାରିଣୀ ପ୍ରସାଦ ବିଶ୍ୱାଳ, ଗ୍ରାମପଞ୍ଚାୟତ ଅଧିକାରୀ ତ୍ରିନାଥ ଜେନା ପ୍ରମୁଖ ଯୋଗଦେଇ ସମୀକ୍ଷାରେ ସହଯୋଗ କରିଥିଲେ। ଯେଉଁ ବିଭାଗର ସେବା ଲୋକଙ୍କ ପାଖରେ ଅପହଞ୍ଚ ଅଛି କିମ୍ବା କୌଣସି ସେବା ନପାଇବା ନେଇ ଜନସାଧାରଣଙ୍କ ଠାରୁ ଅଭିଯୋଗ ପ୍ରଶାସନ ନିକଟରେ ପଡିରହିଛି ଏ ସମସ୍ତ ଦିଗକୁ ତୁରନ୍ତ ଓ ତ୍ୱାରିତ ସେବା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ବିଧାୟକ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ପଞ୍ଚାୟତ ସମିତି ଗଠନ ହେବା ପରେ ବିଧାୟକଙ୍କ ଦ୍ୱାରା ଏହା ପ୍ରଥମ ସମୀକ୍ଷା ବୈଠକ ବୋଲି ବିଡିଓ ସୂଚନା ପ୍ରଦାନ କରି ଡମପଡା ବ୍ଲକରେ ଲୋକ ମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ସେବା ଗୁଡିକ ପାଇଁ  ଅଧିକାରୀ ମାନେ ସହଯୋଗ କରିବାଲାଗି ଆହ୍ୱାନ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories