www.samajalive.in
Sunday, December 14, 2025
26.1 C
Bhubaneswar

ଡକାୟତ ମାମଲାରେ ଜଣେ ଗିରଫ

ଫୁଲବାଣୀ: ଖଜୁରୀପଡା ଥାନା ଅଧିନସ୍ଥ ମୁଳଗୁଦାରୀ ଗ୍ରାମର ଅଜିତ୍ ଦିଗାଲ (୨୧)ଙ୍କୁ ଡକାୟତ ମାମଲାରେ ଖଜୁରୀପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ପ୍ରକାରେ ଅଭିଯୁକ୍ତ ଅଜିତ୍ ଏବଂ ଅନ୍ୟ ପ୍ରାୟ ୭ ଜଣ ବ୍ୟକ୍ତି ବାରପୁଲିଆ ନିକଟରେ ଡକାୟତ କରିବାକୁ ଯୋଜନା କରୁଥିବା ବେଳେ ଫୁଲବାଣୀରୁ ନୟାଗଡ଼ ବୁଲେଟ୍ ଗାଡିରେ ଯାଉଥିବା ବ୍ରଜବନ୍ଧୁ ପଣ୍ଠୋଇଙ୍କୁ ଏହି ଗ୍ୟାଙ୍ଗ ରାସ୍ତାରେ ଅଟକାଇ ତାଙ୍କ ପକେଟରୁ ଦୁଇ ହଜାର ଟଙ୍କା ଛଡାଇବା ସହ ତାଙ୍କୁ ପ୍ରବଳ ମାଡ ମାରିଥିଲେ। କିଛି ସାଧାରଣ ଲୋକ ସେଠାରେ ପହଞ୍ଚିବା ଦେଖି ଡକାୟତରେ ସାମିଲ ଥିବା ସମସ୍ତେ ଫେରାର ହୋଇଥିଲେ। ଏନେଇ ବ୍ରଜବନ୍ଧୁ ୨୬ ତାରିଖରେ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଅଜିତ୍ ଦିଗାଲଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ଅଜିତ୍ ବ୍ୟବହାର କରୁଥିବା ଏକ ମୋଟରସାଇକେଲ ମଧ୍ୟ ପୋଲିସ ଜବତ୍ କରିଥିବା ଜଣାପଡିଛି। ଏନେଇ ଖଜୁରୀପଡା ଥାନା ଏସଆଇ ଦୀନବନ୍ଧୁ ପ୍ରଧାନ ୯୩/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ ଅଜିତ୍ ଦିଗାଲ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଚେ଼ଷ୍ଟା କରୁଥିବା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୁଚନା ପ୍ରଦାନ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories