www.samajalive.in
Sunday, December 14, 2025
26.1 C
Bhubaneswar

ଯୁବକ ଜମିରେ ଚାଷ କାମ କରୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ – ସ୍ନାତକ ଶିକ୍ଷା ପରେ ଚାଷକାମରେ ପରିବାରକୁ କରୁଥିଲେ ସାହାଯ୍ୟ

ଟିଟିଲାଗଡ଼ – ଟିଟିଲାଗଡ଼ ଥାନା ଅନ୍ତର୍ଗତ ମହୁଲପଡା ପଞ୍ଚାୟତ ଗୁଲମି ଗ୍ରାମର କରୁଣା ଚନ୍ଦନଙ୍କ ପୁଅ ଦିଲୀପ ଚନ୍ଦନ (୨୨)ଙ୍କ ବଜ୍ରାଘାତରେ ପରଲୋକ ହୋଇଯାଇଛି l ଗୁରୁବାର ଅପରାହ୍ନରେ ବାପା ମାଙ୍କ ସହ ଦିଲୀପ ଚାଷ ଜମିରେ କାମ କରୁଥିବା ବେଳେ ଅଚାନକ ବର୍ଷା ସହ ବିଜୁଳି ଘଡଘଡି ଆରମ୍ଭ ହୋଇଥିଲା l ଏନେଇ ଭୟରେ ସେମାନେ ଧାଇଁ ଆସୁଥିବା ବେଳେ ଦିଲୀପଙ୍କ ଉପରେ ବଜ୍ରାଘାତ ହୋଇଥିଲା l ତାଙ୍କୁ ପରିବାର ଲୋକେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ l

ଖବର ପାଇ ଟିଟିଲାଗଡ଼ ବ୍ଳକ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ସମାଜସେବୀ ଗୋଲକ ସାହୁ ., ମୁକେଶ ପ୍ରଧାନୀ, ତଥାଗତ କଟା, ରୋହିତ ବାଗ, ବଳଦେବ ବାଗ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିବା ସହ ସ୍ଥାନୀୟ ତହସିଲଦାରଙ୍କୁ ଖବର ଦେଇଥିଲେ l ଘଟଣା ନେଇ ଟିଟିଲାଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ଜବତ କରିଛି l ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବ ବୋଳି ଜଣାପଡିଛି l ଦିଲୀପ ସ୍ନାତକ ଶିକ୍ଷା ସମାପ୍ତି ପରେ ଘରେ ବାପାମାଙ୍କୁ ଚାଷ କାମରେ ସହାୟତା କରୁଥିଲେ l ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories