www.samajalive.in
Wednesday, December 10, 2025
23.1 C
Bhubaneswar

୮ଫୁଟ ଲମ୍ବର ଅଜଗର ଉଦ୍ଧାର

ଫୁଲବାଣୀ: ବର୍ଷା ଯୋଗୁଁ ସମସ୍ତ ଅଞ୍ଚଳ ପ୍ରାୟ ସନ୍ତ ସନ୍ତିଆ ରହିଛି । ଏଣୁ ସାପ ଭଳି ସରିସୃପ ଅନେକ ସ୍ଥାନରେ ଜନବସତି ତଥା ଘର ଅଗଣାକୁ ଚାଲି ଆସିବା ଘଟଣା ଦେଖିବାକୁ ମିଳୁଛି । ଫୁଲବାଣୀ ସହରରେ ଏଭଳି ସାପ ଗୁଡ଼ିକର ସୁରକ୍ଷିତ ଉଦ୍ଧାର କାର‌୍ୟ୍ୟ ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟ ସବୁବେଳେ ତତ୍ପର ଥାଆନ୍ତି । ବୁଧବାର ରାତି ୮ଟା ସମୟରେ ସହରଠୁ ପ୍ରାୟ ୫ କିଲୋମିଟର ଦୂର ମୂଳ ଗୁଦାରୀ ଗାଁ ମଧ୍ୟରେ ଏକ ଅଜଗର ସାପ ପଶିଥିବା ନେଇ ଗାଁ ଲୋକେ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ । ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଭି.ଜଗନ୍ନାଥ ରାଜୁ , ସାଇରାମ ପାତ୍ର , ଅନ୍ତର‌୍ୟ୍ୟାମୀ ପ୍ରଧାନ , ଅନୁପ ବିକ୍ରମ ପାତ୍ର , ଏସ ଅବଦୁଲ ସାକୀର , ଅରବିନ୍ଦ ବେହେରା , ଅମରଜ୍ୟୋତି ପ୍ରଧାନ, ତୁରନ୍ତ ଉକ୍ତ ଗାଁରେ ପହଞ୍ଚିଥିଲେ । ୮ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଁ ଠାରୁ ଦୂର ଜଙ୍ଗଲରେ ଛାଡ଼ି ଦେଇଛନ୍ତି । ଏନେଇ ଗ୍ରାମବାସୀ ମାନେ ସ୍ନେକହେଲ୍ପ ଲାଇନ୍‍ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories