www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟୁତ୍ ଆଘାତରୁ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ପ୍ରଧାନ ଶିକ୍ଷକ ଗୁରୁତର

ବାଲେଶ୍ୱର : ବିଦ୍ୟୁତ ଆଘାତରେ ଦୁଇ ଛାତ୍ରଙ୍କ ସମେତ ପ୍ରଧାନଶିକ୍ଷକ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଘଟଣ ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ ନଂ ୱାର୍ଡ ତେଲିଅଗଞ୍ଜ  ନଛିପୁର ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ବିଦ୍ୟୁତ ଆଘାତରେ ଦୁଇ ଛାତ୍ର ଗୁରୁତର ହୋଇଥିବା ବେଳେ ଜୀବନକୁ ବାଜି ଲଗାଇ ପ୍ରଧାନଶିକ୍ଷକ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି। ଛାତ୍ର ଓ ପ୍ରଧାନଶିକ୍ଷକଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିବା ବେଳେ ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୋର ପୌରପାଳିକା ୧୯ ନଂ ୱାର୍ଡ ତେଲିଅଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଛିଣ୍ଡି ପଡିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର  ଓ ବିଦ୍ୟୁତ ନଟ୍ ବୋଲ୍ଟ ସଂସ୍ପର୍ଶରେ ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ର ଆସିଥିଲେ। ଫଳରେ ବିଦ୍ୟୁତ୍ ଆଘାତ ଲାଗିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଦୁଇ ଛାତ୍ରଙ୍କୁ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ । ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଙ୍କ ସମେତ ପ୍ରଧାନ ଶିକ୍ଷକ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି ।
ବିଦ୍ୟାଳୟରୁ ଗତକାଲି ରାତିରେ ପାଣିବୁହା ମେସିନ୍ ଚୋରି କରିବାକୁ ଉଦ୍ୟମ କରି ଚୋର ମାନେ ଛାଡି ଚାଲିଯାଇଥିବା ଏଭଳି ତାର ଓ ନଟ୍ ବୋଲ୍ଟତଳେ ପଡିଥିବା ବିଦ୍ୟାଳୟର ଶିକ୍ଷୟତ୍ରୀ  ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories