www.samajalive.in
Friday, December 12, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ; ଲାଞ୍ଚ ନେଉଥିବା ବେଳେ ଧରିଲା ବିଭାଗ

କେନ୍ଦ୍ରାପଡ଼ା: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ ସିଂ। ଶ୍ରୀ ସିଂ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ବଦଳି କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି । କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ଏନ.ଏଚ କଲୋନୀ ସ୍ଥିତ ଭଡା ଘରେ ଜିଲା ଶିକ୍ଷାଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା। ଗିରଫ ହୋଇଥିବା ଜିଲା ଶିକ୍ଷାଧିକାରୀଙ୍କ ଚାକିରି ଆଉ ମାତ୍ର  ୩ ଦିନ ଥିଲା। ସେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭାବେ ପୂର୍ବରୁ ବେଶ ଜଣାଶୁଣା ଥିଲେ । ଶିକ୍ଷକ ଓ ଶିକ୍ଷା ବିଭାଗ କର୍ମଚାରୀମାନଙ୍କ ବଦଳି ପାଇଁ ମୋଟା ଅଙ୍କର ଲାଞ୍ଚ ନେଉଥିବା ଅନେକ ସମୟରେ ଶିକ୍ଷକ ମାନେ ଅଭିଯୋଗ କରିଥିଲେ । ହେଲେ ଶିକ୍ଷା ବିଭାଗ ଅଧିକାରୀ ହୋଇଥିବାରୁ କେହି ସାହସ କରୁନଥିଲେ ସିଧାସଳଖ ଅଭିଯୋଗ କରିବା ପାଇଁ।  ମିଳିଥିବା ସୂଚନା ଅନୁଯାଇ ପଟ୍ଟମୁଣ୍ଡାଇ ନିମପୁର୍ ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ l ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣା ପଡିଛି। ଶିକ୍ଷା ଅଧିକାରୀ ସଂଜୀବ ସିଂହଙ୍କ ନାମରେ ବିଭିନ୍ନ ସମୟରେ ଲାଞ୍ଚ ନେବା, ତଦନ୍ତକୁ ଚପେଇ ଦେବା ଏବଂ ବଦଳି କରିଦେବା, ବିଲ କରିଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା l

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories