www.samajalive.in
Saturday, December 13, 2025
18.1 C
Bhubaneswar

ମାଲାମାଲ ହେଉଛନ୍ତି କୁକୁଡ଼ା ମାଂସ ବ୍ୟବସାୟୀ; କିଣୁଛନ୍ତି ୭୦ରେ ବିକ୍ରି ହେଉଛି ୨୦୦ଟଙ୍କା

ଭୁବନେଶ୍ୱର: ମାଲାମାଲ ହେଉଛନ୍ତି କୁକୁଡ଼ା ମାଂସ ବ୍ୟବସାୟୀ । କିଣୁଛନ୍ତି କିଲୋପିଛା ମାତ୍ର ୬୦ରୁ ୭୦ ଟଙ୍କାରେ । ହେଲେ ବଜାରରେ କୁକୁଡା ମାଂସ ଦର ୨୦୦ ଟଙ୍କାରେ ବିକ୍ରି ହେଉଛି । ଗତ କିଛିମାସ ହେଲା କୁକୁଡ଼ା କିଲୋ ପିଛା ୨୪୦ ଟଙ୍କାରେ ବିକ୍ରି ହେଉଥିଲା । ପରେ ୨୨୦ ଟଙ୍କାକୁ ଖସିବା ପରେ ଏବେ କିଲୋ ୨୦୦ ଟଙ୍କା ରହିଛି ।

ଚାଷୀଙ୍କ ଠାରୁ କିଲୋପିଛା ୬୦ରୁ ୭୦ ଟଙ୍କା ଦରରେ କୁକୁଡା ମାଂସ ବ୍ୟବସାୟୀମାନେ କୁକୁଡା କିଣୁଛନ୍ତି। କିନ୍ତୁ ଖାଉଟି ତାହାର କେଇଗୁଣା ଅଧିକ ଦାମ୍ ଦେଇ କାହିଁକି କୁକୁଡା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ। କିଛିବର୍ଷ ପୂର୍ବରୁ ଓଡ଼ିଶା କୁକୁଡା ମାଂସ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ମୁଖ୍ୟତଃ ନିର୍ଭର କରୁଥିଲା। ପ୍ରାୟ ୬୦ରୁ ୭୦% ଏହି ସାମଗ୍ରୀ ଉକ୍ତ ରାଜ୍ୟରୁ ଆସୁଥିଲା। କିନ୍ତୁ ୨୦୦୦ ମସିହା ପରଠାରୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ବିଭିନ୍ନ ସହାୟତା ଫଳରେ ରାଜ୍ୟର ଅନେକ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବବର୍ଗ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ ପାଇଁ ଆଗେଇ ଆସିଥିଲେ।

- Advertisement -

ସମ୍ପ୍ରତି ରାଜ୍ୟରେ ଏହା ଏକ ଲାଭଜନକ ଉଦ୍ୟୋଗରେ ପରିଣତ ହୋଇଛି। କିନ୍ତୁ ଏବେ କୁକୁଡା ଚାଷୀଙ୍କ ପକ୍ଷରୁ ବିକ୍ରି କରାଯାଉଥିବା ମୂଲ୍ୟ ଏବଂ ଖାଉଟି କୁକୁଡା ମାଂସ କିଣୁଥିବା ମୂଲ୍ୟରେ ଆକାଶ-ପାତାଳ ପାର୍ଥକ୍ୟ ରହୁଛି। ଏହାଦ୍ୱାରା ଅନେକ ସମୟରେ ଖାଉଟି ବିକଳ୍ପ ଚିନ୍ତା କରୁଥିବାରୁ କୁକୁଡା ଚାଷୀ କ୍ଷତି ସହୁଛନ୍ତି। କୁକୁଡା ଖାଦ୍ୟ, ଔଷଧ ବାବଦ ଖର୍ଚ୍ଚ ବୃଦ୍ଧି ପାଉଥିବାବେଳେ ସେମାନେ କ୍ଷତି ସହୁଥିବାରୁ ସମ୍ପ୍ରତି ଏଥିପ୍ରତି ବିମୁଖହେବା ଆରମ୍ଭ କରିଛନ୍ତି।

ଏହାହେଲେ ଓଡ଼ିଶାର ଖାଉଟିଙ୍କୁ ପୁଣି ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ। ଏହି ପରିସ୍ଥିତିର ସମାଧାନ ପାଇଁ ରାଜ୍ୟ ସରକାର କୁକୁଡା ମାଂସର ସର୍ବନିମ୍ନ ମୂଲ୍ୟ ସ୍ଥିର କରିବା ସହିତ ଖାଉଟିଙ୍କୁ ଏ ବାବଦରେ ସଚେତନ କରିବାକୁ ବହୁ କୁକୁଡା ଚାଷୀ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories