www.samajalive.in
Saturday, December 13, 2025
26.1 C
Bhubaneswar

ଗୋପବନ୍ଧୁ ମହିଳା କଲେଜରେ କାରଗିଲ ବିଜୟ ଦିବସ

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମଙ୍ଗଳବାର କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ସ୍ମିତା ମହାପାତ୍ର ଆୟୋଜିତ ସଭାକୁ ସଂଯୋଜନା କରି କାରଗିଲ ଯୁଦ୍ଧରେ ଘଟିଥିବା ଘଟଣା ଏବଂ ଭାରତୀୟ ଜବାନ୍‍ଙ୍କର ପାକିସ୍ତାନ ବିରୋଧରେ ବିଜୟର ଗାଥା ବର୍ଣ୍ଣନା କରିବା ସହ ସହୀଦ୍‍ ଜବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷା ପୁଷ୍ପମଞ୍ଜରୀ ଦାସ ଭାରତୀୟ ସେନାର ପରାକ୍ରମ ଏବଂ ବୀରତ୍ୱ ସଂପର୍କରେ ଆଲୋକପାତ କରିବା ସହ ମାତ୍ର ଅଳ୍ପ ସମୟ ମଧ୍ୟରେ କାରଗିଲ ଯୁଦ୍ଧରେ ଭାରତୀୟ ସେନାର ବିଜୟ ଭାରତର ଶକ୍ତି ଓ ସାମର୍ଥ୍ୟର ଜ୍ୱଳନ୍ତ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ଦାସ ମଧ୍ୟ ସହୀଦ୍‍ ଜବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛାତ୍ରୀମାନେ ହାତରେ ଜ୍ୱଳନ୍ତ ମହମବତୀ ଧରି ସହୀଦଙ୍କୁ ସମ୍ମାନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅଧ୍ୟାପିକା କୁମୁଦିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପିକ ଓ କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories