ତହସିଲ କାର୍ୟ୍ୟାଳୟରେ ବିଷ ପିଇଲେ ଯୁବକ
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ୟ୍ୟାଳୟରେ ଆଜି ଏକ ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଜମି ଚିହ୍ନଟରେ ତହସିଲ କାର୍ୟ୍ୟାଳୟର ସହଯୋଗ ମିଳୁ ନଥିବା ଅଭିଯୋଗ କରି କାର୍ୟ୍ୟାଳୟରେ ବିଷ ପିଇଲେ ଯୁବକ । ଗୁରୁତର ଆହତ ଯୁବକଙ୍କୁ ବାସୁଦେବପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି। ସେ ହେଲେ ଶିବାଜୀ ଆର୍ତ୍ତୁଙ୍ଗ ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ଶିବାଜୀ ଦାସ (୨୫)। ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ଯୁବକକୁ ସ୍ଥାନାନ୍ତର କରାଯାଇଛି।
Comments are closed.