www.samajalive.in
Sunday, December 14, 2025
15.1 C
Bhubaneswar

ବାଲିଦର ବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ଓ ଠିକାଦାର ସଂଘ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନର ରାଜସ୍ୱ ବିଭାଗ ଦ୍ୱାରା ନିର୍ଦ୍ଦେଶ ଅନୁସାରେ ବାଲି, ପଥର, ଇଟା ଭଳି ନିର୍ମାଣ ସାମଗ୍ରୀ ଉପରେ ଦର ଧାର୍ଯ୍ୟ କରାଯାଇଛି । ଏଥିସହ ଏ ସବୁ ସାମଗ୍ରୀ ପରିବହନ କରୁଥିବା ଟ୍ରାକ୍ଟର ମାନଙ୍କ ଉପରେ ମଧ୍ୟ ମାସିକ ଦେୟ ଅହେତୁକ ଭାବେ ବୃଦ୍ଧି କରିଛି  ପ୍ରଶାସନ ।  ଏହି ବର୍ଦ୍ଧିତ ମୂଲ୍ୟ ଦେବା ଟ୍ରାକ୍ଟର ମାଲିକ ଓ ଠିକାଦାର ମାନଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ ବୋଲି ଠିକାଦାର ଓ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତ୍ତିରେ ପୁନଃବିଚାର ଦାବିକରି ଗତକାଲି ଟ୍ରାକ୍ଟର ମାଲିକ ଓ କର୍ମଚାରୀ ମାନଙ୍କ ଦ୍ୱାରା ଏକ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଏଥିରେ ଠିକାଦାର ସଂଘ ମଧ୍ୟ ନିଜକୁ ସାମିଲ୍‌ କରିଥିଲା ଏହି ବିକ୍ଷୋଭରେ ।

ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ପୂର୍ବରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରଯାଇ ନାହିଁ । ଗତ ୨୫ ଦିନ ହେଲା ଫୁଲବାଣୀ ସମେତ ଅନେକ ଅଞ୍ଚଳରେ ଟ୍ରାକ୍ଟର ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦରହିଛି । ସମସ୍ତ ସରାକରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । କୁଲି ଓ ମୁଲିଆ ମାନଙ୍କ ମଧ୍ୟରେ ହାହାକାର ସୃଷ୍ଟିହେଲାଣି । କାମ ନାହିଁ କି ରୋଜଗାର ମଧ୍ୟ ନାହିଁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଏହା ଉପରେ କୌଣସି ବିଚାର କରିନାହିଁ । ଏଭଳି ସ୍ଥଳେ ଆଜି ଜିଲା ଟ୍ରାକ୍ଟର ମାଲିକ ଓ ଠିକାଦାର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଦର ବୃଦ୍ଧି ନିଷ୍ପତ୍ତିର ପୁନଃ ବିଚାର ପାଇଁ ପୁଣି ଥରେ ପ୍ରଶାସନକୁ ନିବେଦନ କରାଯାଇଛି । ଆଜି ଠିକାଦାର ଓ ଟ୍ରାକ୍ଟର ମାଲିକ ସଂଘର ବହୁ କର୍ମକର୍ତ୍ତାଙ୍କ ସମେତ ବହୁ ରାଜମନ୍ତ୍ରୀ ଓ ଟ୍ରାକ୍ଟର ମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

- Advertisement -

ବିକ୍ଷୋଭ ବେଳେ ବହୁ ମାଲିକ ଓ କର୍ମଚାରୀ ରାଜରାସ୍ତା ଉପରେ ଶୋଇ ପଡ଼ିବାରୁ କିଛି ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ପରେ ପୁଲିସ୍‌ ଓ ଅନ୍ୟ କର୍ମକର୍ତ୍ତା ମାନେ ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସଂଘର ଉପଦେଷ୍ଟା ଅଶୋକ ପରିଡା ଉଦବୋଧନ ଦେଇ କହିଥିଲେ ଯେ, ପ୍ରଶାସନକୁ ବାରମ୍ବାର ଏ ନେଇ ଅବଗତ କରାଯାଇଛି । କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟ  ହୋଇ ସଂଘ ରାଜରାସ୍ତାକୁ ଓହ୍ଲାଇଛି । ତେଣୁ ତୁରନ୍ତ ପ୍ରଶାସନ ଏହି ଦର ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରୁ ବୋଲି ସଂଘର ନେତା ମାନେ କହିଛନ୍ତି । ସଂଘର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।  ତେବେ ଆଜି ଶୋଭାଯାତ୍ରା ବେଳେ ଅଭିନୟ ଉପରେ ଟ୍ରାକ୍ଟରରେ ବାଲି ବଦଳରେ ଯାତ୍ରୀବାହି ଟ୍ରାକ୍ଟର ବୋଲି ଉଲ୍ଲେଖ କରିବା ସହିତ ଧାରଣା ସ୍ଥଳରେ ମଧ୍ୟ ବାଲି ଗଦେଇ ଧାରଣା ଓ ବିକ୍ଷୋଭ କରିଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories