www.samajalive.in
Saturday, December 6, 2025
26.1 C
Bhubaneswar

ନବରାତ୍ରି ପୂଜା ଦ୍ବାରା ଦୂର ହୋଇଥାଏ ବାସ୍ତୁ ଦୋଷ

ବାସ୍ତୁଶାସ୍ତ୍ରରେ ନବରାତ୍ରି ପୂଜାର ମହିମା ବର୍ଣ୍ଣମା କରାଯାଇଛି। ନବରାତ୍ରି ପୂଜାକୁ ବିଧିବଧ ଭାବେ କରିବା ଦ୍ବାରା ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ଅନୁସାରେ ମା’ ଦୁର୍ଗାଙ୍କର ନଅଟି ରୂପ ନଅ ଗ୍ରହ ସହ ସମ୍ବନ୍ଧିତ ହୋଇ ରହିଛି । ପ୍ରତ୍ୟେକ ଗ୍ରହ ମା’ଙ୍କର ଯେକୌଣସି ରୂପର ପ୍ରତିନିଧିତ୍ୱ କରିବା ସହ ଦିଗ ସହ ମଧ୍ୟ ଜଡ଼ିତ ହୋଇରହିଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ବାସ୍ତୁଶାସ୍ତ୍ର ଦିଗମାନଙ୍କର ଜ୍ଞାନ ଏବଂ ଏହାର ଶୁଭଅଶୁଭ ପ୍ରଭାବ ଉପରେ ବିସ୍ତୃତ ବ୍ୟାଖା କରିଥାଏ।
ନବରାତ୍ରି ଅର୍ଥାତ୍‍ ମା’ଙ୍କର ନଅଟି ରୂପର ଆରାଧନା। ଏହି ନଅଟି ରୂପ ସହ ଜଡ଼ିତ ଥିବା ଗୌରୀ ଶକ୍ତିର ବିଭିନ୍ନ ରୂପର ନତମସ୍ତକ କରାଯାଇଥାଏ, ଯେ କି, ସୃଷ୍ଟିର ରଚନା ଠାରୁ ସଂସାରର ସଞ୍ଚାଳନ ମଧ୍ୟ କରିଛନ୍ତି। ସିଂହରେ ବିରାଜମାନ ମା’ଦୁର୍ଗା ଅଷ୍ଟ ଭୁଜରେ ଶଙ୍ଖ, ଚକ୍ର, ଗଦା, ଧନୁଷ, ଖଣ୍ଡା, ତ୍ରିଶୁଳ ଏବଂ ପଦ୍ମ ଧାରଣ କରିଥାଆନ୍ତି ଓ ଭକ୍ତଙ୍କୁ ଭୟମୁକ୍ତ ମଧ୍ୟ କରିଥାଆନ୍ତି। ମା’ଙ୍କର ଏହି ରୂପରେ ଦୟା, କ୍ଷମା, ଶାନ୍ତି, କାନ୍ତି, ଶ୍ରଦ୍ଧା, ଭକ୍ତି, ମମତା, ସହନଶୀଳତା, କରୁଣା, ଏବଂ ଅନ୍ନପୂର୍ଣ୍ଣା ମଧ୍ୟ ଦେଖାଯାଇଥାଏ। ଏହି ସମସ୍ତ ଗୁଣ ଭାରତୀୟ ନାରୀଙ୍କର ମଧ୍ୟ ଆଭୂଷଣ ଅଟେ।
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧିତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ଜାଣନ୍ତୁ ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ ସମ୍ପର୍କରେ ….
ପୂର୍ବ ଦିଗ – ମା’ଶୈଳପୁତ୍ରୀ
ଦକ୍ଷିଣ-ପଶ୍ଚିମ ଦିଗ – ମା’ବ୍ରହ୍ମଚାରିଣୀ
ପୂର୍ବ – ମା’ ଚନ୍ଦ୍ରଘଣ୍ଟା
ଉତ୍ତର-ପଶ୍ଚିମ ଦିଗ – କୁଷ୍ମାଣ୍ଡା
ଦକ୍ଷିଣ ଦିଗ – ସ୍କନ୍ଧମାତା
ଉତ୍ତର ଦିଗ – ମା’ କାର୍ତ୍ତିୟାନୀ
ପଶ୍ଚିମ ଦିଗ – ମା’ କାଳରାତ୍ରି
ଉତ୍ତର ପୂର୍ବ ଦିଗ – ମହାଗୌରୀ
ଦକ୍ଷିଣ-ପୂର୍ବ ଦିଗ – ସିଦ୍ଧିଦାତ୍ରୀ
ଏଭଳି ଦିଗ ଅନୁଯାୟୀ ନବରାତ୍ରିରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories