www.samajalive.in
Sunday, December 14, 2025
15.1 C
Bhubaneswar

ଶପଥ ଗ୍ରହଣ ଉତ୍ସବରେ ବିବୃତି ରଖିଲେ ଦ୍ରୌପଦୀ; ମନେ ପକାଇଲେ ପୁରୁଣା ଦିନର କଥା

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସଂସଦର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଉତ୍ସବରେ ଦ୍ରୌପଦୀଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା​‌ ବେଳେ ଶପଥ ଗ୍ରହଣ ପରେ ନିଜର ବିବୃତି ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ କହିଛନ୍ତି ଦେଶବାସୀଙ୍କୁ ବିନମ୍ରତାର ସହ ଅଭିନନ୍ଦନ ଜଣାଉଛି । ସମସ୍ତ ସାଂସଦ ଓ ବିଧାୟକ ମାନଙ୍କୁ ମୋର ଧନ୍ୟବାଦ । ଦେଶର ସବୁ ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ମୁଁ ପୂରଣ କରିବି । ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହି ଅବସରରେ ସନ୍ଥ କବି ଭୀମଭୋଇଙ୍କ କଥା ମନେ ପକାଇଛନ୍ତି ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୀମଭୋଇଙ୍କ କବିତା ‘ମୋ ଜୀବନ ପଛେ ନର୍କେ ପଡ଼ଥାଉ ଜଗତ ଉଦ୍ଧାର ହେଉ’ ବୋଲି କହିଛନ୍ତି ଦ୍ରୌପଦୀ । ଆଗାମୀ ୨୫ ବର୍ଷର ଲକ୍ଷ୍ୟ ନେଇ ମୁଁ କାମ କରିବି । ଏଥି ସହିତ ଏହି ନୂଆ ଦାୟିତ୍ୱ ମୋ ପାଇଁ ସୌଭାଗ୍ୟର ବିଷୟ । ସମସ୍ତଙ୍କ ପ୍ରୟାସରେ ଉଜ୍ଜ୍ଵଳ ଭାରତର ନିର୍ମାଣ କରିବି । ତାହା ସହ ତାଙ୍କର କିଛି ପୁରୁଣା ଅନୁଭୂତି ବଖାଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

- Advertisement -

ଦ୍ରୌପଦୀ ତାଙ୍କ ବିବୃତିରେ କହିଛନ୍ତି, ମୁଁ ଓଡିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ କରିଛି । ମୋ ପାଇଁ ପ୍ରାଥମିକ ଶିକ୍ଷା ଦିନେ ସ୍ୱପ୍ନ ଥିଲା । ହେଲେ ଓ୍ୱାର୍ଡ କାଉନସିଲରରୁ ଆସି ମୁଁ ଦେଶର ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସିଛି । ତାହା ସହ ଦ୍ରୌପଦୀ ଆହୁରି କହିଛନ୍ତି ଏହା ଆମର ଲୋକତନ୍ତ୍ରର ଶକ୍ତି । ଯାହାଫଳରେ ଜଣେ ଆଦିବାସୀ ଶୀର୍ଷକୁ ଯାଇପାରିଛି ।

ଏହାଛଡ଼ା ଯବାନ ମାନଙ୍କୁ କାରଗିଲ ବିଜୟ ଦିବସର ଆଗୁଆ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ । ସେ କହିଛନ୍ତି ଜୁଲାଇ ୨୬ କାରଗିଲ ବିଜୟ ଦିବସ ଅବସରରେ ମୁଁ ଯବାନ ମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଉଛି । ଏଥି ସହିତ କରୋନା ମହାମାରୀ ସମୟରେ ସାରା ବିଶ୍ୱକୁ ଭାରତ ତାର ସାମର୍ଥ୍ୟ ଦେଖାଇଛି ବୋଲି କହିଛନ୍ତି ଦ୍ରୌପଦୀ । ନିକଟରେ ଭାରତରେ ୨ଶହ କୋଟି ଡୋଜ୍‌ କରୋନା ଟିକା ଦିଆଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories