www.samajalive.in
Sunday, December 14, 2025
26.1 C
Bhubaneswar

ସମୁଦ୍ରରେ ଜଳିଗଲା ୨ ମାଛଧରା ଟ୍ରଲର

ପାରାଦ୍ୱୀପ : ପାରାଦ୍ୱୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଦୁଇଟି ଟ୍ରଲର ଜଳିଯାଇଛି। ଏହି ଦୁଇ ଟ୍ରଲର ହୁତୁ ହୁତୁ ହୋଇ ଜଳି ସମୁଦ୍ରରେ ବୁଡିଯାଇଥିବାବେଳେ ସୌଭାଗ୍ୟବଶତଃ ଏଥିରେ ଥିବା ୧୭ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଦୁଇଦିନରେ ଏହି ଦୁଇ ଟ୍ରଲରରେ ନିଆଁ ଲାଗିଛି। ଆଜି ନିଆଁ ଲାଗିଥିବା ଟ୍ରଲରରୁ ୯ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗତକାଲି ମଧ୍ୟ ପାରାଦ୍ୱୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ଯାଇଥିବା ଏକ ଟ୍ରଲରରେ ନିଆଁ ଲାଗି ବୁଡ଼ିଯାଇଥିଲା। ସେଥିରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ବି ସୁରକ୍ଷିତ ଉଦ୍ଧାର କରାଯାଇଛି। ସୋମବାର ସେମାନେ ପାରାଦ୍ୱୀପ ମାଛଧରା ବନ୍ଦରରେ ପହଞ୍ଚିବେ। ଏ ନେଇ ପାରାଦ୍ୱୀପ ଓମ୍ପା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଦୁଇଦିନରେ ଦୁଇଟି ଟ୍ରଲରରେ ନିଆଁ ଲାଗି ବୁଡିଯିବା ଘଟଣା ମାଲିକ ଓ ମତ୍ସ୍ୟଜୀବୀଙ୍କୁ ଚିନ୍ତାରେ ପକାଇଛି। ପାରାଦ୍ୱୀପ ମାଛଧରା ବନ୍ଦରରୁ ଆଜି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ଭଗବତୀ-୩ ନମ୍ବର ଟ୍ରଲର। ଏଠାରୁ ୮୧ ମାଇଲ ଦୂରରେ ଚିଲିକା ନିକଟରେ ମାଛ ମାରୁଥିବା ବେଳେ ହଠାତ୍‍ ଟ୍ରଲରର ଟର୍ବୋରୁ ନିଆଁଝୁଲ ବାହାରି ନିଆଁ ବ୍ୟାପିବା ଆରମ୍ଭ କରିଥିଲା। ଏହା ଦେଖି ଟ୍ରଲରରେ ଥିବା ମତ୍ସ୍ୟଜୀବୀ ଭୟଭୀତ ହୋଇ ଉଦ୍ଧାର ପାଇଁ ପାଖରେ ମାଛ ଧରୁଥିବା ଅନ୍ୟ ଟ୍ରଲର କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ତିନିଟି ଟ୍ରଲର ସେଠାରେ ପହଞ୍ଚି ୯ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ସମୟରେ ଟ୍ରଲରଟି ଜଳି ଉଠିଥିଲା। ଉଦ୍ଧାର କରୁଥିବା ଟ୍ରଲର କର୍ମଚାରୀଙ୍କ ସାହସିକତା ଯୋଗୁଁ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ହେଲେ ସମସ୍ତଙ୍କ ଆଖି ସାମ୍ନାରେ ଟ୍ରଲରଟି ହୁତୁ ହୁତୁ ଜଳି ସମୁଦ୍ରରେ ବୁଡ଼ିଯାଇଥିବା ଏହାର ମାଲିକ ଗୋବର୍ଦ୍ଧନ ବେହେରା କହିଛନ୍ତି। ଉଦ୍ଧାର ସମସ୍ତ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ଟ୍ରଲର ଯୋଗେ ପାରାଦ୍ୱୀପ ଅଣାଯାଉଛି।
ଗତକାଲି ମଧ୍ୟ ପାରାଦ୍ୱୀପରୁ ମାଛ ମାରିବାକୁ ଯାଇଥିବା ଶ୍ରୀ ଲକ୍ଷ୍ମୀନାରାୟଣ ନାମକ ଏକ ଟ୍ରଲରରେ ନିଆଁ ଲାଗି ଯାଇଥିଲା। ଟ୍ରଲର ସାଇଲେନ୍ସରରୁ ବାହାରୁଥିବା ନିଆଁ ଦେଖୁ ଦେଖୁ ଟ୍ରଲରକୁ ବ୍ୟାପୀ ଯାଇଥିଲା। ଟ୍ରଲରରେ ନିଆଁ ଲାଗିବା ଦେଖି ସେଥିରେ ଥିବା ୮ଜଣ ମତ୍ସ୍ୟଜୀବୀ ଉଦ୍ଧାର ପାଇଁ ଅନ୍ୟ ଟ୍ରଲରଗୁଡ଼ିକୁ ଡାକ ପକାଇଥିଲେ। ପାଖରେ ଥିବା ଦୁଇ ଟ୍ରଲରର କର୍ମଚାରୀ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ମତ୍ସ୍ୟଜୀବୀମାନେ ଉଦ୍ଧାର ହେବାପରେ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଏହାର ମାଲିକ ଅର୍ଜିଲ ସତ୍ୟନାରାୟଣ କହିଛନ୍ତି। ଆଜି ସେମାନଙ୍କୁ ପାରାଦ୍ୱୀପ ଅଣାଯାଇଛି ବୋଲି ଓମ୍ପା ସଭାପତି ଶ୍ରୀ ପରିଡ଼ା କହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories