www.samajalive.in
Sunday, December 14, 2025
26.1 C
Bhubaneswar

ଆଉ ଗୋଟେ ଦିନ ଇଡି ହାଜତରେ ରହିଲେ ଅର୍ପିତା

କଲକାତା : ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଜାଲିଆତି ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଉ ଗୋଟିଏ ଦିନ ଇଡି ହାଜତରେ ରହିଛନ୍ତି। ଶନିବାର ଗିରଫ ହୋଇଥିବା ଅର୍ପିତାଙ୍କୁ ରବିବାର ଅଦାଲତରେ ହାଜର କରାଯାଇଥିଲା। ମାତ୍ର ଅଦାଲତ ତାଙ୍କ ରାୟ ସଂରକ୍ଷଣ ରଖିଥିବାରୁ ତାଙ୍କୁ ପୁନର୍ବାର ଇଡି ହାଜତରେ ରହିବାକୁ ହୋଇଛି। ଶନିବାର ଅର୍ପିତାଙ୍କ ସହିତ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା। ଅନ୍ୟପଟେ ଗିରଫ ପରେ ପାର୍ଥ ଅସୁସ୍ଥତା କାରଣ ପାଇଁ ଏସ୍‌ଏସକେଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାର୍ଥଙ୍କୁ ନିଜ ହେପାଜତକୁ ନେବା ଲାଗି ଇଡି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ହାଇକୋର୍ଟରେ ଇଡି କହିଛି ଯେ ପାର୍ଥ ତଦନ୍ତରେ ସହଯୋଗ କରୁ ନାହାନ୍ତି। ହସ୍ପିଟାଲ ପରିସରରେ ସେ ଜଣେ ଡନ୍ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଅସୁସ୍ଥତାର ଆଳ କରି ସେ ହସ୍ପିଟାଲରେ ରହିଛନ୍ତି। ନିମ୍ନ ଅଦାଲତ ତଦନ୍ତକାରୀ ଏଜେନ୍ସିର ଯୁକ୍ତି ନ ଶୁଣି ମନ୍ତ୍ରୀଙ୍କୁ ହସ୍ପିଟାଲରେ ରହିବାର ଅନୁମତି ଦେଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଇଡି ପକ୍ଷରୁ କହିଛନ୍ତି। ସୂଚନାଯୋଗ୍ୟ ନିଯୁକ୍ତି ଜାଲିଆତି ଘଟଣାର ତଦନ୍ତ କ୍ରମରେ ଇଡି ଶୁକ୍ରବାର ଅର୍ପିତାଙ୍କ ଘରେ ଚଢଉ କରି ୨୧ କୋଟି ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ କରିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories