ଡେସ୍କ: ରଥଯାତ୍ରା ଶେଷ ପରେ ଏବେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଠାରୁ ସିଂହଦ୍ୱାରରେ ଦଣ୍ଡାୟମାନ ତିନି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱକର୍ମା ମହାରଣାଙ୍କ ତତ୍ୱାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ପର୍ଯ୍ୟାୟ କ୍ରମେ ତାଳଧ୍ୱଜ ଓ ନନ୍ଦିଘୋଷ ରଥ ଭଙ୍ଗାଯିବ।
ରଥର କନକମୁଣ୍ଡି, ଓଲଟ ଶୁଆ ଓ ରଥକନା ଖୋଲା ଯାଇଥିଲା। ଆଜି ସକାଳ ଠାରୁ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।



