www.samajalive.in
Saturday, December 13, 2025
26.1 C
Bhubaneswar

ସବୁ ବର୍ଗକୁ ନେଇ ସାହିତ୍ୟ ରଚନା କରୁଥିଲେ କଥାକାର ସୁରେନ୍ଦ୍ର ମହାନ୍ତି

ଭୁବନେଶ୍ବର: ୧୯୨୨ ରୁ ୧୯୯୦। ୬୮ ବର୍ଷର ଲମ୍ବା ଯାତ୍ରାରେ ସୁରେନ୍ଦ୍ର ମହାନ୍ତି ଅନେକ କାଳଜୟୀ ରଚନା କରିଛନ୍ତି। ଅନିଶ୍ଚିତତା, ସଂଘର୍ଷ, ଅଭିମାନ, ଅପମାନ ଭିତରେ ଯୌବନ ବିତିଥିଲେ ହେଁ ତା’ ଭିତରେ ସାହିତ୍ୟ, ରାଜନୀତି, ରାଜ୍ୟସଭା, ଲୋକସଭା ସଦସ୍ୟ ଓ ସମ୍ପାଦନ କାର୍ଯ୍ୟ ତୁଲାଇଛନ୍ତି। ଏହାରି ଭିତରେ ବି ଅନେକ ଗଳ୍ପ, ଉପନ୍ୟାସ ଭେଟି ଦେଇଛନ୍ତି ଏବଂ ସେ ସର୍ବୋତ୍ତମ ଶବ୍ଦଶିଳ୍ପୀ ଥିଲେ ବୋଲି କହିଛନ୍ତି ସ୍ତମ୍ଭକାର ଡ.ଗୌରହରି ଦାସ।

ଗୀତଗୋବିନ୍ଦ ସଦନଠାରେ ସାହିତ୍ୟ ଅକାଦେମୀ ପକ୍ଷରୁ ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତାବାର୍ଷିକୀ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ବତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡ. ଦାସ କହିଲେ ଯେ, ପରିମାଣାତ୍ମକ ଓ ଗୁଣାତ୍ମକ ଦୃ‌ଷ୍ଟିରୁ ତାଙ୍କର ରଚନା ଉଲ୍ଲେଖନୀୟ। ରାତାରାତି ସେ ବଡ ଲେଖକ ହୋଇ ନ ଥିଲେ। ସେ ନିଜକୁ ନିଜେ ଗଢିଛନ୍ତି। ତାଙ୍କର ଶବ୍ଦ ସ୍ଥାପତ୍ୟ ଅନନ୍ୟ। ସେ ଥିଲେ ଜୀବନବାଦୀ। ପରବର୍ତ୍ତୀ ପିଢିକୁ ପ୍ରଭାବିତ କରିଥିଲେ। ସବୁ ବର୍ଗକୁ ନେଇ ସାହିତ୍ୟ ରଚନା କରିଛନ୍ତି। ତାଙ୍କ କୃତୀ ସମ୍ପର୍କରେ ଯେତିକି ଗବେଷଣା ହେବା କଥା ହୋଇନାହିଁ। ତାଙ୍କ ସାହିତ୍ୟର ପ୍ରଚାର ପ୍ରସାର ମାଧ୍ୟମରେ ଓଡିଆ ଓ ଭାରତୀୟ ସାହିତ୍ୟ ପ୍ରଚାର ପ୍ରସାର ହୋଇପାରିବ। ସାହିତ୍ୟ ଅକାଦେମୀ ଓଡିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ କବି ତଥା ସମାଲୋଚକ ହରପ୍ରସାଦ ଦାସ ଯୋଗଦେଇ କହିଲେ ଯେ, ସୁରେନ୍ଦ୍ର ମହାନ୍ତି ଜାଣିଥିଲେ କାହାଣୀ ବିନା ଗଳ୍ପ ମୂଲ୍ୟହୀନ ଓ କଥାକଥ ଦ୍ବାରା କାହାଣୀ ଆବିଷ୍କାର ହୋଇଥାଏ। ତେଣୁ କଥାକଥ ପାଇଁ କବି ସୁରେନ୍ଦ୍ର ମହାନ୍ତି ଶ୍ରେଷ୍ଠ ଭିତ୍ତିଭୂମି ତିଆରି କରିଛନ୍ତି। ଏହାଛଡା ସେ ଭାରତୀୟ କଥାକଥକୁ ନିର୍ବାହ କରି ସାହିତ୍ୟରେ ୧୦ରୁ ୧୫ ଶୈଳୀ ବ୍ୟବହାର କରିଛନ୍ତି।

- Advertisement -

ଅନ୍ୟତମ ଅତିଥିଭାବେ ପୂର୍ବତନ ସଂସ୍କୃତି ସଚିବ ତଥା ମୁମ୍ବଇ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ, ସାହିତ୍ୟ ସର୍ଜନାରେ ସୁରେନ୍ଦ୍ର ମହାନ୍ତି ଥିଲେ ଅଦ୍ବିତୀୟ। ତାଙ୍କ ଲେଖାରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ତାଙ୍କ ମତରେ ଜୀବନ ଏକ ଅନୁଭୂତି ସମ୍ପନ୍ନ। ଜୀବନକୁ ସେ ପୂର୍ଣ୍ଣଭାବେ ଉପଭୋଗ କରିଥିଲେ। ଉତ୍ତରପିଢି ତାଙ୍କ ଲେଖାରେ ନିଶ୍ଚିତଭାବେ ଅନୁପ୍ରେରିତ ହେବେ। ପ୍ରାରମ୍ଭରେ ସାହିତ୍ୟ ଅକାଦେମୀ ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିବାବେଳେ ଓଡିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ଅଧିବେଶନରେ ଅସିତ ମହାନ୍ତିଙ୍କ ସଭାପତିତ୍ବରେ ପ୍ରକାଶ କୁମାର ପରିଡା ଓ ସୁଭାଷ ଶତପଥୀ ପ୍ରବନ୍ଧ ପାଠ କରିଥିଲେ। ଶେଷରେ ବିଷ୍ଣୁପ୍ରିୟା ଓତା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷ ଅଧିବେଶନରେ ଗିରିଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ବାସନ୍ତୀ ମହାନ୍ତି ଓ ଶ୍ବେତା ମହାନ୍ତି ପ୍ରବନ୍ଧ ପାଠ କରିଥିଲେ। ଶେଷରେ ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories