www.samajalive.in
Sunday, December 14, 2025
16.1 C
Bhubaneswar

ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗରୁ ସହାୟତା ମିଳୁନି

ଭୁବନେଶ୍ୱର : ଚୋରା ନିଶା କାରବାରକୁ ରୋକିବାପାଇଁ ଓଡିଶା ଅବକାରୀ ବିଭାଗକୁ ପଶ୍ଚିମବଙ୍ଗରୁ ଯେଭଳି ସହାୟତା ମିଳିବା କଥା ତାହା ମିଳୁନାହିଁ। ପଶ୍ଚିମବଙ୍ଗର ନିଶା ମାଫିଆଙ୍କୁ ରୋକିବାପାଇଁ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଏହା କହିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ପଶ୍ଚିମବଙ୍ଗରୁ ନିଶା ସାମଗ୍ରୀ ଜଳେଶ୍ୱର ଦେଇ ଓଡିଶାକୁ ପ୍ରବେଶ କରୁଥିବାବେଳେ ଏହା ବିରୁଦ୍ଧରେ ରାଜ୍ୟ ଅବକାରୀ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ହେଲେ ଏ କ୍ଷେତ୍ରରେ ପଶ୍ଚିମବଙ୍ଗରୁ ଯେଭଳି ସହାୟତା ମିଳିକଥା ତାହା ମିଳିପାରୁ ନାହିଁ। ଅବକାରୀ ଧରଗଡଗ ସମୟରେ ୨୦୧୯ରେ ରାଜ୍ୟରୁ ୨୬୪୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ୨୦୨୦ ରେ ୩୫ କିଲୋ ୬୧୫ ଗ୍ରାମ, ୨୦୨୧ ରେ ୫୫ କିଲୋ ୪୪୮ଗ୍ରାମ ଓ ଚଳିତ ବର୍ଷ ଏପ୍ରିଲ୍‍ ୨୨ତାରିଖ ସୁଦ୍ଧା ୧୨ କିଲୋ ୨୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories