www.samajalive.in
Sunday, December 14, 2025
23.1 C
Bhubaneswar

ଚଳିତ ବର୍ଷ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍

ଡେସ୍କ : ଚଳିତ ବର୍ଷ ରାଜ୍ୟର ୭ଟି ସ୍ଥାନ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟସିଲ୍‍ ଓ ସୋନାପୁରଠାରେ ଇକୋ ରିଟ୍ରିଟ୍‍ ଆୟୋଜନ କରାଯିବ । ଧଉଳୀ, ରଘୁରାଜପୁର, ଶିଖର ଚଣ୍ଡୀ ଇତ୍ୟାଦିର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ଉନ୍ନୟନ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ଥିରିକୃତ ୪୯ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୨୬ଟି ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟିପାଇଁ ପୂର୍ବ ବର୍ଷର ବଜେଟ୍‍ ଅଟକଳ ୫୩୪ କୋଟି ଥିବା ବେଳେ ଚଳିତ ବର୍ଷ ୫୯୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ପର୍ଯ୍ୟଟନର ମାନବୃଦ୍ଧି ପାଇଁ ୩୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ରାଜ୍ୟରେ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ସରକାର ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories