www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟାଳୟ ମିଶ୍ରଣକୁ ବିରୋଧ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅର୍ନ୍ତଗତ ପରମାଣପୁର ପଞ୍ଚାୟତର କୁର୍ଲାବାହାଲ ଓ ଚିଟକେଲ ଗ୍ରାମବାସୀ ମାନେ ଅଞ୍ଚଳରେ ରହିଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣକୁ ବିରୋଧ କରିଛନ୍ତି । ଶୁକ୍ରବାର ଜିଲା ଶିକ୍ଷାଧିକାରୀଙ୍କୁ ଦେଇଥିବା ଦାବିପତ୍ର ଅନୁଯାୟୀ, କୁର୍ଲାବାହାଲ ପ୍ରାଥମିକ ବିଦ୍ୟାଳୟରେ ୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ବିଦ୍ୟାଳୟକୁ ନୁଆମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଉଛି । ତେବେ ନୂଆମୁଣ୍ଡାରୁ କୁର୍ଲାବାହାଲ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଦୂରତା ୨ କିମିରୁ ଅଧିକ ରହିଛି । ଏଥି ସହ ଚିଟକେଲ ଗ୍ରାମରୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଦୂରତା ୨.୫ କିମିରୁ ଅଧିକ ଅଟେ । ଏଣୁ କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷିତ ଯାତାୟାତ ଓ ପାଠ ପଢ଼ିବାରେ ବେଶ ଅସୁବିଧା ସୃଷ୍ଟି ହେଉଥିବାରୁ ବିଦ୍ୟାଳୟ ମିଶ୍ରଣ କୁ ଅଞ୍ଚଳବାସୀ ବିରୋଧ କରୁଛନ୍ତି । ଏଣୁ ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପରମାଣପୁର ସରପଞ୍ଚ ମହେନ୍ଦ୍ର ନାଥ, ଅନୀଲ ବେହେରା, ସମୀର ରଞ୍ଜନ ବାବୁ, ନରେନ୍ଦ୍ର ମିଶ୍ର, ମୁରଲି ବାଗ, ସାବିତ୍ରୀ ମିର୍ଦ୍ଧା, ଚକାନନ କଠାର, ଅମର ମିର୍ଦ୍ଧା, ନନ୍ଦିନୀ ବାଗ, ଲଳିତା ପାଇକ, ସୁଚିତ୍ର ବାଗ, କୁମଦିନୀ ମଟାରୀ, ସତ୍ୟବତୀ ଗର୍ଡିଆ, ବଇଦେଇ ବାଗ, ତପସ୍ୱିନୀ ବାଙ୍କ, କଲ୍ୟାଣୀ ବାଗ, ଅଞ୍ଜଳି ବାଗଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories