www.samajalive.in
Thursday, December 11, 2025
16.1 C
Bhubaneswar

ବିପର୍ଯ୍ୟସ୍ଥ ଅବସ୍ଥାରେ ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ, ଆଶା ଓ ଆଶଙ୍କାରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

କଲମପୁର: ଏବେ ଅନେକ ବିଦ୍ୟାଳୟ ରୁପାନ୍ତରି ଦ୍ବାରା ବଦଳିଯାଉଛି ପାରିପାର୍ଶିକ ଅବସ୍ଥା। ଶୈକ୍ଷିକ ବାତାବରଣ ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ମୂହାଁ ହେଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟ କରାଯାଉଛି। କିନ୍ତୁ କଲମପୁର ବ୍ଲକର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏବେ ସମ୍ପୂର୍ଣ୍ଣ ଦୟନୀୟ। ବର୍ଷା ହେଲେ ବିଦ୍ୟାଳୟର କିଛି କୋଠାରୁ ପାଣି ଝରୁଛି। ସେହିପରି ବିଦ୍ୟାଳୟର ଅନେକ କୋଠା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। କୋଠା ଅର୍ଦ୍ଧ ଭଗ୍ନ ହେଇ ପଡିରହିଥିବା କୋଠାର ମରାମତି ହେଉନାହିଁ। ଏପରିକି କେତେବେଳେ ଛାତ ଗଳି ପଡି ଜନ ଜୀବନ ନଷ୍ଟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଯାହାର ଏକ ସଦ୍ୟତମ ଉଦାହରଣ କଲମପୁର ବ୍ଲକ ଅଧିନସ୍ଥ ବଡକୁଟୃ ପଞ୍ଚାୟତର ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୮୭ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଏହି ବିଦ୍ୟାଳୟର ଗୋଟିଏ କୋଠା ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହେଇଥିବା ବେଳେ ପାଠ ପଢ଼ା ହେଉଥିବା କୋଠାର ଅବସ୍ଥା ଦୟନୀୟ ଓ ବିପଦ ସଂକୁଳ ଅବସ୍ଥାରେ ରହିଛି। ମାତ୍ର ୨ ଜଣ ଶିକ୍ଷକଙ୍କ ମାଧ୍ୟମରେ ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯାଉଛି। ଏପରିକି ବିଦ୍ୟାଳୟର ବାଉଣ୍ଡରୀ ଏବେ ଭଗ୍ନ ଓ ବିପର୍ଯ୍ୟସ୍ଥ।

 

- Advertisement -

ଅନେକ ସମୟରେ ଗାଈ ଗୋରୁ ସମେତ ମଦ୍ୟପ ଏବଂ ଜୁଆଡି ଭଳି ଅସମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ରହୁଛି। ଯାଦ୍ୱାରା ପ୍ରଭାବିତ ହେଉଛି ଶୈକ୍ଷିକ ବାତାବରଣ। ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହେଇ ଯାଉଛି। ଅନ୍ୟପଟେ ସରକାର ପ୍ରାଥମିକ ବିଦ୍ୟାଳୟ ସବୁର ଭିତିଭୁମି ଉନ୍ନତି ପାଇଁ ପଞ୍ଚାୟତକୁ ଦାଇତ୍ୱ ଦିଆଯାଇଥିବା କୁହାଯାଉଛି। କିନ୍ତୁ ପରିତାପର ବିଷୟ ବିଦ୍ୟାଳୟ ମରାମତି ଅଥବା ନୂତନ କୋଠା ନିର୍ମାଣ ପାଇଁ ପଂଚାୟତ ନିକଟରେ ଅନୁଦାନ ଅଭାବ। ତେବେ କେଉଁ ପରିସ୍ଥିତିରେ ବିଦ୍ୟାଳୟ ମରାମତି ଅଥବା ନୁତନ କୋଠା ନିର୍ମାଣ ହେବ ? ଗୁରୁବାର ବିଡିଓ ପ୍ରଶନ୍ନ କୁମାର ପଟେଲ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂରାମଚନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ନବୀନ କୁମାର ଟୁଡୁ ଓ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories