www.samajalive.in
Sunday, December 7, 2025
26.1 C
Bhubaneswar

ଭାଜପା ପ୍ରଦେଶ ଉପାଧ୍ୟକ୍ଷଙ୍କ ନୂଆଗଡ ଭୂସ୍ଫଳନ ଅଞ୍ଚଳ ଗସ୍ତ

ମୋହନା: ଗଜପତି ଜିଲ୍ଲା ନୂଆଁଗଡ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡା ପଞ୍ଚାୟତ ଅଧିନ ଆଲିସିଂ, ରୁବୁଡିସିଂ, ପରିମଳ ଓ ଉଦୟପୁର ପଞ୍ଚାୟତର କାକତବନ୍ଧା, ନୂଆସାହି, ଖାରିସାହି, ଡୁମୁକୋଳି ଏବଂ ପରିମଳ ପଞ୍ଚାୟତର ନୂଆପଲ୍ଲି କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ପରିଦର୍ଶନ କରିଥିଲେ ଭାଜପାର ପ୍ରଦେଶ ଉପାଧ୍ୟକ୍ଷ ଭୃଗୁ ବକ୍ସିପାତ୍ର। ଏହି ଗ୍ରାମଗୁଡ଼ିକ ଗତ ଶନିବାର ରାତି ଓ ରବିବାର ଦିନ ତମାମ ଅନବରତ ଲଗାଣ ବର୍ଷାରେ ପାହାଡ଼ ଭୂଷୁଡି ମାଟି ଧସି ପଥର, ଗଛ ଅତଡା ଖସି ଭୂସ୍ଫଳନ ହୋଇ ରାସ୍ତାଘାଟ ଧୋଇ ହୋଇଯିବା ସହ ୩ ଶହରୁ ଉର୍ଦ୍ଧ୍ବ ଏକର ଚାଷ ଉପଯୋଗୀ ଜମିରେ ବାଲି ମାଡିଯିବା ସହ ୫ ଫୁଟରୁ ୭ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହୋଇ ଜମି ବାଲିଚର ହୋଇ ଯାଇଥିଲା। ଯାହା ଫଳରେ ଜମିରେ ରହିଥିବା ଫସଲ ମଧ୍ୟ ନଷ୍ଟ ହୋଇଥିଲା।

ଏହାକୁ ଅନୁଧ୍ୟାନ କରିବା ଓ ଲୋକଙ୍କ ଭଲ ମନ୍ଦ ବୁଝିବା ପାଇଁ ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ବକ୍ସିପାତ୍ର ଓ ତାଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡନାୟକ, ଜିଲ୍ଲା ଉପସଭାପତି ଶିବରାମ ସୁଆର, ଜିଲ୍ଲା ସମ୍ପାଦକ ମନୋଜ ପାଇକ,ରା.ଉଦୟଗିରି ମଣ୍ଡଳ ସଭାପତି ଅମ୍ବିକା ପ୍ରସାଦ ଘଡେଇ, ରା.ଉଦୟଗିରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବୀନ ରଇତ, ନୂଆଁଗଡ ବ୍ଲକ ମଣ୍ଡଳ ଉପସଭାପତି ରଙ୍କୁ ପଣ୍ଡା, ଯୁବମୋର୍ଚା ସମ୍ପାଦକ ଆଲୋକ କୁମାର ଘଡେଇ ଗ୍ରସ୍ତ କରିଥିଲେ । ସେଠାକାର ଲୋକଙ୍କ ଦହନୀୟ ଅବସ୍ଥା ଦେଖି ଆସିବାପରେ ଶ୍ରୀ ପାତ୍ର ବୁଧବାର ଦିନ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଅପାରଗତାକୁ ବଖାଣିଥିଲେ।ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତ ଗ୍ରାମଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ଗମନାଗମନ ବ୍ୟବସ୍ଥା, ରାସ୍ତାଘାଟ ସଫା, ଆର୍ଥିକ ସ୍ଥିତି ସୁଧାରିବା ଉପରେ ଆଦୌ ଗୁରୁତ୍ଵ ଦେଉନାହାନ୍ତି।ଏପରିକି ଭୂସ୍ଫଳନ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାପଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ, ତହସିଲଦାର କ୍ଷତିଗ୍ରସ୍ତ ଗ୍ରାମକୁ ଆସି ସ୍ଥିତି ଅନୁଧ୍ୟାନ କରିନାହାଁନ୍ତି କି ଲୋକଙ୍କ ସମସ୍ୟା ପଚାରି ବୁଝି ନାହାଁନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିବା ସହ ଅଞ୍ଚଳବାସୀଙ୍କ ପ୍ରତି କୁଠାରଘାତ ବୋଲି କହିଛନ୍ତିି। ଏଣୁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗର ଉଚ୍ଚପଦସ୍ଥ ସଚିବ ଆସି ଏଠାକାର ପରିସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories