କଣ୍ଟାବାଞ୍ଜି: ବିଶ୍ୱ ଚେସ ଦିବସ ଉପଲକ୍ଷେ ଗତ ୨୦ତାରିଖ ଦିନ ଭିଜନ କ୍ଲାସେସ ହଲଠାରେ କଣ୍ଟାବାଞ୍ଜି ଚେସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଚେସଦିବସ କାର୍ଯ୍ୟକ୍ରମ ପାଳନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୋଚିଂ କ୍ଲାସ କରୁଥିବା ବିଭିନ୍ନ ବିଦ୍ୟାଳୟର ସଂଖ୍ୟାଧିକ ଛାତ୍ରଛାତ୍ରୀ ଚେସକୁ ନେଇ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ, ଚେସ ଫାଉଣ୍ଡେସନ କମିଟିର ସଭାପତି ଶୁକଦେବ ମହାନ୍ତି ଚେସଖେଳ ମସ୍ତିଷ୍କର ବ୍ୟାୟାମ ହୋଇଥିବା ବେଳେ ଏହା ସ୍ମରଣ ଶକ୍ତିକୁ ସୁଦୃଢ କରିଥାଏ ଏବଂ ତା ସାଙ୍ଗକୁ ସ୍କୁଲ ଜୀବନରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଭ ଦାୟକ ଖେଳ ବୋଲି କହିଥିଲେ।
ଉକ୍ତ କମିଟିର ଉପସ୍ଥିତ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଉପ ସଭାପତି ବିନୟ ବେହେରା, ପ୍ରଶାନ୍ତ ବେହେରା, କାର୍ଯ୍ୟକାରିଣୀ ସଭାପତି ସତିଶ ମାରୁ, ସମ୍ପାଦକ ମଚିନ୍ଦ୍ର ବେହେରା, ଜୈନ ସେକ୍ରେଟାରୀ ବିଶ୍ୱନାଥ ଅଗ୍ରୱାଲ, କୋଷାଧକ୍ଷ ମ୍ୟାଡ଼ାମ କିରଣ ଶର୍ମା ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ଏବଂ ଆସନ୍ତା ଅଗଷ୍ଟରେ ସ୍ଥାନୀୟ ସହରର ଚେସ ଖେଳାଳିଙ୍କୁ ନେଇ ଚେସ ପ୍ରତିଯୋଗିତା କରାଯିବ ବୋଲି ଚେସ ଫାଉଣ୍ଡେସନ ପକ୍ଷରୁ ସ୍ଥିରିକୃତ କରାଯାଇଥିଲା।



