www.samajalive.in
Thursday, December 11, 2025
15.1 C
Bhubaneswar

ସିକରପାଇ ଭାଜପା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ: ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କଲ୍ୟାଣସିଂହପୁର ବ୍ଲକ ଖ ଯୋନ ସିକରପାଇ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ବ୍ଲକରେ ସମୁଦାୟ ୧୪ଟି ପଞ୍ଚାୟତ ରହିଥିବା ବେଳେ ଦୁଇଟି ମଣ୍ଡଳକୁ ୭ଟି ଲେଖାଏଁ ପଞ୍ଚାୟତ ଭାଗ କରାଯାଇଛି। ମଣ୍ଡଳ ସଭାପତି ମନୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଚାଲିଥିଲା।ରାଜ୍ୟ ତଥା ଜିଲ୍ଲା ସଭାପତିଙ୍କ ନିର୍ଦେଶରେ ଜିଲ୍ଲା ସାରା ଏହିଭଳି କାର୍ଯ୍ୟକାରିଣୀ ବୈଠକ ମାନ କରାଯାଉଛି।

ସେହି ନିର୍ଦେଶରେ ମୁଖ୍ୟ ଅତିଥି ରାମନାଗୁଡ଼ା ବ୍ଲକ ଜିଲ୍ଲା ପରିଷଦ ପାର୍ଥି ତଥା ସିକରପାଇ ମଣ୍ଡଳ ପ୍ରଭାରୀ ବୃନ୍ଦାବନ ସେନାପତି ଉପସ୍ଥିତ ରହି କର୍ମୀମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ସେହିଭଳି ସଂଗଠନ ବିଷୟରେ ଆଲୋଚନା କରିଥିଲେ ଓ କିପରି ତୃଣମୂଳ ସ୍ଥରରେ ସଂଗଠନ ସୁଦୃଢ଼ କରିବା ପାଇଁ ପରାମର୍ଶ ଓ ଗୁରୁ ମନ୍ତ୍ର ଦେଇଥିଲେ। ସେହିଭଳି ମଣ୍ଡଳର ୬୧ ଜଣିଆ ଟିମ ଗଠନ ସମ୍ପୁର୍ଣ୍ଣ କରିବାକୁ ତାଗିଦ କରିଥିଲେ। ଗତ ସରପଞ୍ଚ ନିର୍ବାଚନରେ କଣ ଭୁଲ ଠିକ ରହିଥିଲା ସେ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବ୍ଲକରେ ମହିଳା ସଂଗଠନ ଦୁର୍ବଳ ଥିବାରୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରଂଜନା ଉପାଧ୍ୟାୟ ମଣ୍ଡଳ ସଭାପତି ପ୍ରମିଳା ନାୟକଙ୍କୁ ଆଗକୁ ବଢାଇବା ପାଇଁ କହିଥିଲେ। ଶ୍ରୀ ସେନାପତିଙ୍କ ସହ ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲା ଉପସଭାପତି ଗୋପୀ ଆନନ୍ଦ କୁମାର, କୃଷ୍ଣ ସାମଲ, ମଣ୍ଡଳ ସାଧାରଣ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ପଟେଲ, ଯୁବ ମୋର୍ଚ୍ଚା ସଭାପତି ଦିଲୀପ ମିନିଆକା, ନରସିଂହ କୌଶଲ୍ୟା, ନବୀନ, ଡମ୍ବୁରୁ କୃଷିକା, ତିର କଚିଆ, ବାପୁ ନାୟକଓ ଅନ୍ୟ କର୍ମୀମାନେ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories