www.samajalive.in
Monday, December 8, 2025
13.1 C
Bhubaneswar

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କଂଧମାଳ ଜିଲା ରାଇକିଆ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ବିଡ଼ିଓଙ୍କୁ ଦୁଇ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହା ସହିତ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବ୍ଲକ ସଭାପତି ସ୍ଵାଧୀନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷା ବିଭାଗ, ସମନ୍ୱିତ ଶିଶୁ ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ରାଜସ୍ବ ବିଭାଗ ସମେତ ବ୍ଲକର ବିଭିନ୍ନ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦ୍ଵାରା ଏକ ଦସ୍ତଖତ ସମ୍ବଳିତ ଦାବି ପତ୍ର ବିଡ଼ିଓଙ୍କ ସମେତ ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାର ୨୦୧୩ରୁ ଯେଉଁ ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ କରିଛନ୍ତି ତାକୁ ସମ୍ପୂର୍ଣ ରୂପେ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ଚୁକ୍ତି ସମୟକୁ ପଦୋର୍ନତି ସମୟ ଭାବେ ହିସାବକୁ ନିଆଯିବା ପାଇଁ ଦାବି କରିଥିଲେ। ଏଥି ସହ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ଏବଂ ୩୧ ତାରିଖରେ ଭୁବନେଶ୍ୱରରେ ବ୍ମହା ଗର୍ଜନ ସଭାରେ ସାମିଲ ହେବା ପାଇଁ ନିଷ୍ପତି ନିଆ ଯାଇଥିବା ବ୍ଲକ ସଭାପତି ପ୍ରକାଶ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories