www.samajalive.in
Thursday, December 11, 2025
13.1 C
Bhubaneswar

ତାମିଲ ପତ୍ରିକା ସମ୍ପାଦକ ଗିରଫ

ଚେନ୍ନାଇ : ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ବିରୋଧରେ ଆପତ୍ତିଜନକ ଆଲେଖ୍ୟ ଲେଖିବା ଅଭିଯୋଗରେ ତାମିଲ ସାପ୍ତାହିକ ପତ୍ରିକା ‘ନାଖୀରାନ’ର ସମ୍ପାଦକ ଆର୍‍. ଆର୍‍. ଗୋପାଳଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଛି। ଉକ୍ତ ଆଲେଖ୍ୟଟି ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟ ଯୌନ କେଳେଙ୍କାରୀ ଉପରେ ଆଧାରିତ ଥିଲା। ଅଭିଯୋଗ ଅନୁସାରେ ଅଧିକ ନମ୍ବର ଦେବାର ପ୍ରଲୋଭନ ଦେଖାଇ ବିଶ୍ୱବିଦ୍ୟାଳୟର କେତେକ ପ୍ରଫେସର ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ନିର୍ମଳା ଦେବୀ ନାମ୍ନୀ ଜଣେ ମହିଳା ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କ ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ଛାତ୍ରୀମାନଙ୍କୁ ବାଧ୍ୟ କରୁଥଲେ। ଏ ନେଇ କେତେକ ଛାତ୍ରୀଙ୍କ ସହିତ ଟେଲିଫୋନ୍‍ ଯୋଗେ ତାଙ୍କ ବାର୍ତ୍ତାଳାପର ରେକର୍ଡିଂ ଭାଏରାଲ ହେବା ପରେ ଏହି ଘଟଣାର ପର୍ଦାଫାସ ହୋଇଥିଲା। ତେବେ ଉକ୍ତ ବିଶ୍ୱବିଦ୍ୟାଳୟର କୂଳପତି ଥିବା ରାଜ୍ୟପାଳ ବନୱାରୀ ଲାଲ ଏବଂ ତାଙ୍କ ମୁଖ୍ୟ ସଚିବ ଆର୍‍. ରାଜଗୋପାଳଙ୍କୁ ସେ ସାକ୍ଷାତ କରିଥିବା ଘଟଣା ନିର୍ମଳା ଦେବୀ ସ୍ୱୀକାର କରିଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ ପ୍ରକାଶ କରିଥିବା ଗୋପାଳ ତାଙ୍କ ଆଲେଖ୍ୟରେ ଉଲ୍ଲେଖ କରିଥିଲେ। କିନ୍ତୁ ଏହି ମାମଲାରେ ବନୱାରୀ ଲାଲଙ୍କ ବିରୋଧରେ ତଦନ୍ତ ହୋଇ ନ ଥିବା ଗୋପାଳ ଅଭିଯୋଗ ଦର୍ଶାଇଥିଲେ। ଏହା ବିରୋଧରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ପାଇବା ପରେ ଚେନ୍ନାଇ ପୁଲିସ ଗୋପାଳଙ୍କୁ ପୂର୍ବାହ୍ଣରେ ଚେନ୍ନାଇ ବିମାନବନ୍ଦରରୁ ଗିରଫ କରିଛି। ଗୋପାଳ ବିମାନ ଯୋଗେ ପୁଣେ ଚାଲିଯିବାକୁ ଉଦ୍ୟମ କରୁଥିଲେ ବୋଲି ପୁଲିସ ପ୍ରକାଶ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories