www.samajalive.in
Monday, December 8, 2025
13.1 C
Bhubaneswar

ପାକିସ୍ତାନକୁ ୪୮ଟି ଶକ୍ତିଶାଳୀ ଡ୍ରୋନ୍‍ ବିକିବ ଚୀନ୍‍

ବେଜିଂ : ଭାରତର ସାମରିକ ଶକ୍ତି ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ପାକିସ୍ତାନ ପ୍ରତି ଚୀନ୍‍ ପୁନର୍ବାର ସହଯୋଗର ହାତ ବଢାଇଛି। ଭାରତ ରୁଷଠାରୁ ଏସ୍‍-୪୦୦ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ କରିବା ଲାଗି ଚୁକ୍ତି ସ୍ୱାକ୍ଷର କରିବା ପରେ ଏକ ପ୍ରକାର ସଂଶୟ ମଧ୍ୟରେ ଥିବା ପାକିସ୍ତାନକୁ ଚୀନ୍‍ ଅଶ୍ୱସ୍ତି ପ୍ରଦାନ ପୂର୍ବକ ୪୮ଟି ଉଚ୍ଚକ୍ଷମତା ସମ୍ପନ୍ନ ଶକ୍ତିଶାଳୀ ଡ୍ରୋନ୍‍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି। ଏହା ଚୀନ-ପାକିସ୍ତାନ ମଧ୍ୟରେ ସର୍ବକାଳୀନ ସର୍ବବୃହତ ସାମରିକ କାରବାର ବୋଲି ବେଜିଂର ସରକାରୀ ଗଣମାଧ୍ୟମ ମଙ୍ଗଳବାର ପ୍ରକାଶ କରିଛି।
ଉଲ୍ଲେଖ ଯେ, ଚୀନର ଚେଙ୍ଗଡୁ ବିମାନ ଶିଳ୍ପ (ଗ୍ରୁପ) କମ୍ପାନୀ ୱିଙ୍ଗ ଲୁଙ୍ଗ ଦ୍ୱିତୀୟ ନାମକ ଏକାଧିକ କାର୍ଯ୍ୟ କରିବାର କ୍ଷମତା ରଖୁଥିବା ଏକ ଉଚ୍ଚ କ୍ଷମତାସମ୍ପନ୍ନ ମାନବ ବିହୀନ ସାମରିକ ଯୁଦ୍ଧ ବିମାନ (ଡ୍ରୋନ୍‍) ନିର୍ମାଣ କରୁଛି। ଆଗାମୀ ଦିନରେ ପାକ୍‍-ଚୀନ ମିଳିତ ସହଯୋଗରେ ମାନବବିହୀନ ବିମାନ ନିର୍ମାଣ କରିବାର ଯୋଜନା ରହିଥିବା ଗ୍ଲୋବାଲ ଟାଇମ୍ସ ଖବର କାଗଜରେ ପ୍ରକାଶ ପାଇଛି। ଏହାସହ ଉଭୟ ରାଷ୍ଟ୍ର ମିଳିତ ଉଦ୍ୟମରେ ଜେଏଫ୍‍-ଥଣ୍ଡର ନାମକ ଏକ ଇଞ୍ଜିନ ବିଶିଷ୍ଟ ବହୁମୁଖୀ ଯୁଦ୍ଧ ବିମାନ ମଧ୍ୟ ନିର୍ମାଣ କରୁଛନ୍ତି। ତେବେ ରବିବାର ପାକିସ୍ତାନ ବାୟୁସେନାର ଶେର୍ଡିଲସ ଏରୋବାଟିକ ଦଳ ଏହାର ସରକାରୀ ଫେସ୍‍ବୁକ ଆକାଉଣ୍ଟରେ ଚୀନଠାରୁ ଡ୍ରୋନ୍‍ ଅଧିଗ୍ରହଣ ବିଷୟ ବିଧିବଦ୍ଧ ଭାବେ ଘୋଷଣା କରିଛି। ତେବେ ଏହ ଶକ୍ତିଶାଳୀ ଡ୍ରୋନ୍‍ କେତେ ମୂଲ୍ୟରେ ଏବଂ କେବେ କ୍ରୟ କରିବ ତାହା ପାକିସ୍ତାନ ପ୍ରକାଶ କରିନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories