www.samajalive.in
Saturday, December 13, 2025
26.1 C
Bhubaneswar

କର୍ମବହୁଳ ଜୀବନ ; ଥକ୍କାପଣରେ ହଜି ଯାଉଛି କି ତ୍ୱଚାର ସୁନ୍ଦରତା ?

ଅନେକ ସମୟରେ କର୍ମବ୍ୟସ୍ତତା ଜୀବନ, ସମୟର ଅଭାବ କାରଣରୁ ତ୍ୱଚାର ସଠିକ ଭାବେ ଯତ୍ନ ନେବା ସମ୍ଭବ ହୋଇନଥାଏ। ଲଗାତାର କାମ କରିବା ଓ ଭରପୁର ମାତ୍ରାରେ ନ ଶୋଇବା କାରଣରୁ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇନଥାଏ। ଏହି କାରଣରୁ ହାଲିଲା ଲାଗିବା ସହ ତ୍ୱଚାରେ ଏହାର ପ୍ରଭାବ ଦେଖାଦେଇଥାଏ। କେତେକ ସହଜ ଉପାୟ ରହିଛି, ଯାହାକୁ ଆପଣାଇ ତ୍ୱଚାର ସୁନ୍ଦରତାକୁ ବୃଦ୍ଧି କରି ହେବ..
ଯେକୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ମଶ୍ଚୁରାଇଜର ନିଶ୍ଚୟ ଲଗାନ୍ତୁ। ଏହା ତ୍ୱଚାକୁ ନରମ ରଖିବା ସହ ରଙ୍ଗ ଗୋରା କରିଥାଏ।
କାକୁଡି ଓ ପୁଦିନାକୁ ପେଷି ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ମୁହଁରେ ରଖି ଧୋଇ ଦିଅନ୍ତୁ। ଏହା ମୁହଁ ପାଇଁ ଖୁବ ଉପକାରୀ।
ଓଠରେ ଘରେ ପ୍ରସ୍ତୁତ କରି ନଚେତ ଭଲ ଲିପବାମ୍‍ ଲଗାନ୍ତୁ। ଏହା ଦ୍ୱାରା ଓଠର ଶୁଷ୍କପଣ ଦୂର ହୋଇଥାଏ।
ଆଖିତଳ କଳା ପଡୁଥିଲେ ନିୟମିତ ଗୋଲାପ ଜଳ ଲଗାନ୍ତୁ। ଏହାସହ କାକୁଡି ରସ ଲଗାନ୍ତୁ।
ମିଳୁଥିବା ଟି ବ୍ୟାଗ୍‍କୁ ଆଣି ଫ୍ରିଜରେ ୨ ଘଣ୍ଟା ରଖନ୍ତୁ। ଏହାପରେ ଏହାକୁ ଆଣି ଆଖି ବନ୍ଦ କରି ଆଖି ଉପରେ ଓ ମୁହଁରେ ଲଗାନ୍ତୁ। ଏହା ଦ୍ୱାରା ତ୍ୱଚାରେ ଥକ୍କାପଣ ପ୍ରଭାବ ଦୂର ହୋଇଥାଏ।
ତ୍ୱଚାରେ ବରଫ ମାଲିସ କରନ୍ତୁ। ଏହା ଦ୍ୱାରା ସଠିକ ରକ୍ତ ସଞ୍ଚାଳନ ହେବା ସହ ତ୍ୱଚା ସୁନେଲି ଓ ସୁସ୍ଥ ରହିଥାଏ।
୨୪ ଘଣ୍ଟାରେ ୨ ରୁ ୩ ଲିଟର ପାଣି ନିଶ୍ଚୟ ପିଅନ୍ତୁ। ଫଳ ରସ ମଧ୍ୟ ପିଅନ୍ତୁ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories