www.samajalive.in
Sunday, December 14, 2025
23.1 C
Bhubaneswar

ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଆଜି ପ୍ରତ୍ୟୁଷରୁ ସୁନାବେଡ଼ା ଶାନ୍ତିନଗର ସ୍ଥିତ ନିଜ ବାସଭବନରେ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି। ସେ ଓଡ଼ିଆ ସାହିତ୍ୟର ଜଣେ ନୀରବ ଛିନ୍ନ ସାଧକ ଥିଲେ। ତାଙ୍କର ଲିଖିତ ନାଟକ ଜାନକୀ ସ୍ଵୟମ୍ବର ଆକାଶ ବାଣୀ କଟକ ଦ୍ଵାରା ବହୁବାର ପ୍ରଚାରିତ ହୋଇଛି। କବିତା ଗୁଛ ,ଗୀତିନାଟ୍ୟ ଲବକୁଶ,ନାଟକ ସମ୍ଭବ।ମି ଯୁଗେ ଯୁଗେ ପ୍ରଭୃତି ଓଡ଼ିଆ ସାହିତ୍ୟରେ ତାଙ୍କର ଅନବଦ୍ୟ କୃତି। ତାଙ୍କର ଦ୍ଵାରା ରଚିତ ଗୁରୁଭକ୍ତି ଓ ଜୟ ଯବାନ ଜୟ କିଶ।ନ ପାଇଁ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଓ ମହମ।ନ୍ୟ ରାଷ୍ଟ୍ର ପତିଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ। ଜଣେ ସଫଳ ଆୟୁର୍ବେଦିକ୍ ଚିକିତ୍ସକ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କର ସଫଳ ଚିକିତ୍ସା ନିମନ୍ତେ ତାଙ୍କୁ ତତ୍କାଳୀନ ବହୁ civil surgeon (cdmo) ଜିଲ୍ଲାପାଳ, ଉଚ୍ଚପଦସ୍ତ ଅଧିକାରୀ, ତଥା ରାଜନେତା ଭୂୟସୀ ପ୍ରଶଂସା କରିଛନ୍ତି। ସୁନାବେଡ଼ା ସ୍ଥିତ ତତ୍କାଳୀନ ସେବକ ତାଲିମ କେନ୍ଦ୍ର ଠାରେ ବିର।ଟ ବନୌଷଧି ଉଦ୍ୟ।ନର ସୃଷ୍ଟି କରି ସେ ବିଦେଶ ପର୍ଯ୍ୟଟକ ତଥା ଭାରତର ଉଚ୍ଚ ପଦସ୍ଥ ରାଜନେତାଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ସେ ଆୟୁର୍ବେଦିକ ଇଞ୍ଜେକସନ ତିଆରି ଉପରେ ଗବେଷାତ୍ମକ ୩ଟି volume ରେ। ସରଳ ସୁଚିବେଧ ଚିକିତ୍ସା ମଧ୍ୟ ରଚନା କରିଛନ୍ତି। ସେ ବହୁ ସାହିତ୍ୟ ସାଂସଦ ଦ୍ଵାରା ସମ୍ମାନିତ। ସେ ପରୋପକାରୀ ଓ ମିଷ୍ଟଭାଷୀ ଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ ହେବ ବୋଲି ପରିବାର ତରଫରୁ ଜଣା ଯାଇଛି।
ତ।ଙ୍କ ରଚିତ ଗାଉଁଲି ଚେର ମୂଳି କ। ବା ତୁଟୁକ। ଚିକିତ୍ସା ରାଜ୍ୟ DPI ଙ୍କ ଦ୍ଵାରା prize and library book ଭାବରେ ଓଡ଼ିଶାର ଶିକ୍ଷାନଷ୍ଠାନ ଗୁଡ଼ିକୁ ଯୋଗେଇ ଦିଆଯାଇଛି। ଏହି ପୁସ୍ତକର ଗାଁ ଗହଳିରେ ମଧ୍ୟ ବହୁଳ ପ୍ରସାର ହୋଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories