www.samajalive.in
Saturday, December 6, 2025
19.1 C
Bhubaneswar

ଆଜିର ରାଶିଫଳ (ବୁଧବାର) ୨୦/୦୭/୨୦୨୨

ମେଷ: ରାଜନୀତି ସହିତ କୂଟନୀତି ବିଶାରଦ ହେବେ। ପରିଶ୍ରମ ଯେତେ କଠିନ ହେଲେ ବି ପଶ୍ଚାତ୍‌ପଦ ହେବେନି। ଶ୍ବଶୁର ଘର ତରଫରୁ ଧନାଗମ ହୋଇପାରେ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି।

ବୃଷ: ଯଶ ଅର୍ଜନ କରିବେ। ବିପଦ ଯେତେ ବଡ଼ ହେଲେ ବି ଧୈର୍ଯ୍ୟହରା ହେବେ ନାହିଁ। ଧନୀ ହେବେ। ମହାଜନୀ କାରବାର କରିପାରନ୍ତି। ପତ୍ନୀ ଗୃହକର୍ମ ନିପୁଣା ହେବେ। ଭାଇ, ଭଉଣୀଙ୍କ ପାଇଁ ସୁଖୀ ହେବେ।

- Advertisement -

ମିଥୁନ: ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନାଶକ ହୋଇପାରନ୍ତି। ବିପଦରୁ ଶୀଘ୍ର ଉଦ୍ଧାର ହେବେ। ପତ୍ନୀ ଭାଗ୍ୟବତୀ ହେବେ। ବିବାହ ପରେ ଭାଗ୍ୟୋଦୟ ହେବ। ଅନୁସନ୍ଧାନକାରୀ ହେବେ।

କର୍କଟ: ବିବାହ ବିଳମ୍ବିତ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଏପରି କି ସେବାକାରିଣୀ ହେବେ। ଦିନଟି ସୁଖମୟ ହେବ। ସରକାରଙ୍କଠାରୁ ଧନଲାଭର ସୂଚନା ମିଳୁଛି। ଶତ୍ରୁ ବିଜୟୀ ହେବେ।

ସିଂହ: ଶତ୍ରୁନାଶକ ହୋଇପାରନ୍ତି। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ରାଜନୀତିରେ ସଫଳ ହେବେ। ଆଇନ ପରାମର୍ଶଦାତା ହେବେ। ପୁଣ୍ୟାତ୍ମା, ଈଶ୍ବର ବିଶ୍ବାସୀ ହେବେ।

କନ୍ୟା: ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଲୋକଙ୍କୁ ସଂଗଠିତ କରିବାକୁ ଶକ୍ତିସମ୍ପନ୍ନ ହେବେ। ଉତ୍ତମ କଳାକାର ହେବେ। ଗମ୍ଭୀର ପ୍ରକୃତିଯୁକ୍ତ ହେବେ। ପ୍ରଭାବଶାଳୀ ହୋଇପାରନ୍ତି।

ତୁଳା: ଧନବାନ୍‌ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ପୈତୃକ ଧନପ୍ରାପ୍ତିର ସୂଚନା ମିଳୁଛି। ଖାଦ୍ୟପଦାର୍ଥ ବ୍ୟବସାୟ ଲାଭଜନକ ହେବ। କାୟମନୋବାକ୍ୟରେ ପତ୍ନୀଙ୍କ ସେବାକାରୀ ହେବେ।

ବିଛା: ଧନ ଅର୍ଜନରେ ପାରଙ୍ଗମ ହେବେ। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହୋଇପାରନ୍ତି। ଜ୍ଞାନୀ ହେବେ।

ଧନୁ: କଠିନ ପରିଶ୍ରମୀ ହେବେ। ଗୁରୁ ଭକ୍ତ ହୋଇପାରନ୍ତି। ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ ସ୍ବଭାବ ଓ ନ୍ୟାୟପ୍ରିୟ ହେବେ। ଧର୍ମ ବିଶ୍ବାସୀ ହେବେ। ପାପପୁଣ୍ୟର ବ୍ୟାଖ୍ୟାକାରକ ହେବେ।

ମକର: ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ସୁସ୍ଥ ରହିବେ। ରାଜନୀତିଜ୍ଞ ହେବେ। ଶତ୍ରୁବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ଆଧିପତ୍ୟ ବିସ୍ତାର କରିପାରନ୍ତି।

କୁମ୍ଭ: ପ୍ରଭାବଶାଳୀ ହେବେ। ପରିବାରର ଭ୍ରାତା, ମାତା, ଭଗ୍ନୀ, ପିତା ସମସ୍ତେ ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ଗୁପ୍ତ ବିଦ୍ୟାଦାତା ହେବେ। ଲେଖା ପ୍ରାଣଛୁଅଁା ହେବ। ପତ୍ନୀ ରୂପବତୀ ଓ ଭାଗ୍ୟବତୀ ହେବେ।

ମୀନ: ରାଜନୀତିରେ ଉଚ୍ଚାସନ ଲାଭ କରିପାରନ୍ତି। ବିଦେଶୀ ବ୍ୟବସାୟରୁ ବହୁ ଧନପ୍ରାପ୍ତ ହେବେ। ସୁସ୍ଥ ରହିବେ। ସୁଖୀ ହେବେ। ବିଦ୍ବାନ୍‌ ଓ ରୋଗହୀନ ହେବେ। ନୀତିବାନ୍‌ ଓ ପ୍ରଜ୍ଞାଶୀଳ ହୋଇପାରନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories