ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ସେପ୍ଟେମ୍ବର ମାସରେ ପୁଲିସ ଗୁଳିରେ ମୃତ ବିବେକ ତିୱାରୀଙ୍କ ମୃତ୍ୟୁ ରହସ୍ୟର ପେଡ଼ି ଖୋଲିଛି ତଦନ୍ତକାରୀ ଦଳ ଏସଆଇଟି। ବିବେକଙ୍କ ଉପରେ ଗୁଳି ଚଲାଇଥିବା ସିପାହୀଙ୍କ ଜବାନବନ୍ଦୀ ଅନୁଯାୟୀ ବିବେକଙ୍କ ଗାଡ଼ି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ବୋଲି ଉଲ୍ଲେଖ କରାଯାଇ ଥିଲା। ତେବେ ଏସଆଟିର ତଦନ୍ତରେ ଏହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି। ବିବେକଙ୍କ ଗାଡ଼ି ପୁଲିସ ଗାଡ଼ିକୁ ଧକ୍କା ଦେଇ ନଥିବା ପ୍ରମାଣିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି କେଉଁ କାରଣରୁ ବିବେକଙ୍କୁ ସିପାହୀଜଣକ ହତ୍ୟା କରିଥିଲେ।
୨୮ସେପ୍ଟେମ୍ବରରେ ବିବେକ ତିୱାରୀଙ୍କୁ ଗୁଳି ମାରିଥିବା ୨ଜଣ ସିପାହୀଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ଚାକିରୀରୁ ବହିସ୍କାର କରାଯାଇଛି।
ବିବେକ ହତ୍ୟା ମାମଲା:ମିଛ କହିଥିଲେ ସିପାହୀ
Popular Categories



