www.samajalive.in
Friday, December 12, 2025
26.1 C
Bhubaneswar

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆରପିଏଫର ସ୍ୱତନ୍ତ୍ର ସେବା ଅଭିଯାନ

ସମ୍ବଲପୁର: ଦେଶର ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ସାରା ଭାରତରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର ରେଳବାଇ ସୁରକ୍ଷା ବଳ ତରଫରୁ ବିଭିନ୍ନ ସେବା କାର୍ଯ୍ୟ ଜାରି ରହିଛି । ପୂର୍ବରୁ ଜଳ ସେବା, ବାଇକ ସଚେତନତା ରାଲି ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଇତି ମଧ୍ୟରେ ସଫେଇ ଓ ଚାରାରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଆରପିଏଫ ତରଫରୁ ଶନିବାର ସମ୍ବଲପୁର ସ୍ଥିତ ମୁଖ୍ୟ ରେଳ ଷ୍ଟେସନ ପରିସର ଓ ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପରିସରକୁ ସଫେଇ କରାଯାଇଛି । ସେହିଭଳି ରବିବାର ସ୍ଥାନୀୟ ହୀରାକୁଦ ରେଳ ଷ୍ଟେସନ ନିକଟରେ ଆରପିଏଫ ତରଫରୁ ପରିବେଶର ସୁରକ୍ଷା ଓ ସ୍ୱଚ୍ଛ ବାତାବରଣ ନିମନ୍ତେ ୫ ଶହରୁ ଊର୍ଦ୍ଧ୍ଵ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଛି । ଏହି ମାନବୀୟ ସେବାରେ ଆରପିଏଫର ୫୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ସକ୍ରିୟତାର ସହିତ ସେବା କାର୍ଯ୍ୟ କରିଛନ୍ତି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories