www.samajalive.in
Friday, December 12, 2025
15.1 C
Bhubaneswar

ବିଜୁ ଯୁବ ଜନତା ଦଳ ପକ୍ଷରୁ ଗୋବିନ୍ଦପୁର ପଞ୍ଚାୟତରେ ବୃକ୍ଷରୋପଣ

ବାଙ୍କୀ: ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଡମପଡା ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ଶନିବାର ଦିନ ସକାଳେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସଞ୍ଚାଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଗୋବିନ୍ଦପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ମିନତି ମହାପାତ୍ର, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ, ବରିଷ୍ଠ ଓକିଲ ଗୌରୀଶଙ୍କର ନନ୍ଦ, ଡମପଡା ସରପଞ୍ଚ ପ୍ରତିନିଧି ଭବାନୀଶଙ୍କର ପରିଜା, ଡମପଡା ବ୍ଲକ ବିଜୁ ଜନତା ଦଳର ସଭାପତି ଭାଗୀରଥି ପାଣି, ବ୍ଲକ ଉପାଧ୍ୟକ୍ଷ ଗୀତାଞ୍ଜଳି ବେଉରା, ସମାଜସେବୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ବିଜୁ ଯୁବ ଜନତା ଦଳର କର୍ମୀ ଓ ପଞ୍ଚାୟତ ଯୁବ ଜନତା ଦଳର ପଦାଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଆଶୁତୋଷ ସାମଲଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରକୁ ସବୁଜ, ସୁନ୍ଦର ଓ ସୁସ୍ଥ କରିବା ପାଇଁ ବୃକ୍ଷଗୁଡିକର ଯତ୍ନ ନିମନ୍ତେ ସମସ୍ତଙ୍କର ସହଯୋଗକୁ ମୁଖ୍ୟ ଅତିଥି ଆହ୍ୱାନ ଜଣାଇ ଗଛଟିଏ ଜୀବନଟିଏ ଚିନ୍ତନରେ ଉଦ୍ୱୁଧ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories