ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ବାସ୍ତୁର କିଛି ସହଜ ଉପାୟ ଆପଣେଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ…
ଏହି ମାସରେ ପ୍ରତିଦିନ ଗାଈ କିମ୍ବା ବଳଦଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ।
ଅସହାୟଙ୍କୁ ଭୋଜନ ଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ ଅନ୍ନର ଅଭାବ ହୋଇନଥାଏ।
ଘର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ।
ଘର ବଗିଚାରେ ଗଛ ଲଗାନ୍ତୁ।ଏପରି କରିବା ଦ୍ୱାରା ଘରେ ହସଖୁସିର ବାତାବରଣ ରହିଥାଏ।
ଶ୍ରାବଣ ମାସରେ ପୂର୍ବ ଦିଗରେ ଶିବ-ପାର୍ବତୀଙ୍କ ଫଟୋ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ କଳହ ଦୂର ହୋଇଥାଏ।
ରୁଦ୍ରାକ୍ଷ ଧାରଣ କରନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ।
ଘରର ରୋଷେଇ ଘରେ ଗଙ୍ଗାଜଳ ରଖନ୍ତୁ।
ଚାନ୍ଦିର କିମ୍ବା ତମ୍ବାର ତ୍ରିଶୁଳ ଘରେ ରଖନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ଜାଣନ୍ତୁ ଶ୍ରାବଣର ଶନିବାରରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ..
ଶ୍ରାବଣର ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ସହ ପ୍ରଭୁ ମହେଶ୍ୱରଙ୍କୁ ପୂଜା କରିବା ଉଚିତ।
ଶନିବାର ଦିନ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଖାଦ୍ୟ ଖାଇବା ସହ ଗୋଟିଏ ବେଳା ଉପବାସ ରଖିବା ଉଚିତ।
କଳା ରଙ୍ଗର ପୋଷାକ ବଦଳରେ ନୀଳ ରଙ୍ଗର ପୋଷାକ ଧାରଣ କରନ୍ତୁ।
ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ନିକଟରେ ଦୀପ ଲଗାଇବା ସହ ଏହାର ପରିକ୍ରମା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସନ୍ଧ୍ୟା ସମୟରେ ସ୍ନାନ କରି ନୀଳ କିମ୍ବା ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ସୂର୍ୟ୍ୟାସ୍ତ ପରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲର ଦୀପ ଲଗାଇବା ସହ , ଏକ ଜଳ ପାତ୍ରରେ ରାଶି ପକାଇ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ ଓ ପରିକ୍ରମା ମଧ୍ୟ କରନ୍ତୁ।
ଏହା ପରେ ବୃକ୍ଷ ନିକଟରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
ଦାନ ଦିଅନ୍ତୁ।
ଶ୍ରାବଣ ମାସ : ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
Popular Categories



