www.samajalive.in
Sunday, December 7, 2025
18.1 C
Bhubaneswar

ଡାଇରିଆ ନିୟନ୍ତ୍ରଣ ପାଇଁ ଉତ୍କଳ ଆଲୁମିନା କମ୍ପାନୀର ପ୍ରୟାସ

କଲମପୁର : ଗତ କିଛି ଦିନ ହେବ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଚିଙ୍ଗିଡିପାସ ଗ୍ରାମରେ ଡାଇରିଆ ରୋଗର ପ୍ରଭାବ ଦେଖା ଦେଇଥିଲା। ଏଥିରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହେଇଥିଲା। ବଫଲାମାଳି ଖଣି ଖନନ ଦ୍ୱାରା ଏହି ଅଂଚଳ ପ୍ରଭାବିତ। ତେଣୁ ଖଣି ଖନନ କରୁଥିବା ଉତ୍କଳ ଆଲୁମିନା କମ୍ପାନୀର ଖଣି ପ୍ରଭାବିତ ଅଂଚଳର ବିକାଶ କାର୍ଯ୍ୟ ନେଇ ପ୍ରଶ୍ନ ଉଠିଥିଲା। ଖଣି ଖନନ ଅଂଚଳର ପାରିପାଶ୍ୱିର୍କ ବିକାଶ ସମ୍ପୃକ୍ତ କମ୍ପାନୀର ଦାୟିତ୍ୱ । କିନ୍ତୁ ଏହି ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ ଭଳି ସୁବିଧା ପ୍ରତି ଦୃଷ୍ଟି ଦିଆଯାଇନଥିବାରୁ ଅନେକ ଲୋକ ସ୍ୱାସ୍ଥ୍ୟ ସେବାର ଅପହଂଚ ଦୂରତାରେ ରହିଯାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ କାଁ ଭାଁ କମ୍ପାନୀର ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କିଛି ଔଷଧ ଦିଆଯାଉଥିଲା। କିନ୍ତୁ ଏହି ଡାଇରିଆ ଆକ୍ରାନ୍ତ ଖବର ପ୍ରସାରିତ ହେବା ପରେ ଗତ ୧୨ ଓ ୧୩ରେ  କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସି.ଏସ.ଆର ଟିମ ଏହି ଗାଁରେ ପହଂଚି ଲୋକଙ୍କ ଆବଶ୍ୟକ ମୁତାବକ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ। ପ୍ରତିଷେଧକ ମୂଳକ ଔଷଧ ପ୍ରଦାନ କରିବା ସହ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଗାଁରେ ୪୫ ପରିବାର ପାଇଁ ପାନୀୟ ଜଳ ପାଇଁ ଗୋଟିଏ ମାତ୍ର ନଳକୁଅ ଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଏକ ସୌର ଚାଳିତ ନଳକୁଅ ଯୋଗାଇ ଦେବା ପାଇଁ ଦାବି କରିଥିଲେ। ତୁରନ୍ତ ଏନେଇ ପଦକ୍ଷେପ ନିଆଯିବା ନେଇ କମ୍ପାନୀ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।
ସେହିଭଳି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିୟୋଜିତ ତାଲିମ ପ୍ରାପ୍ତ ଆତ୍ମ ନିଯୁକ୍ତ ମେକାନିକଙ୍କ ଦ୍ୱାରା ପାନୀୟ ଜଳଉତ୍ସ ଗୁଡିକରେ କ୍ଲୋରିନ ଟାବଲେଟ ପକାଇ ବିଶୋଧିତ କରାଯାଇଥିଲା। ଗ୍ରାମର ପାନୀୟ ଜଳ ବିଶୋଧନ ପାଇଁ ବ୍ଲିଚିଂ ପାଉଡର ଓ ଔଷଧର ବ୍ୟବସ୍ଥା କରାଯାଇଥିଲା। ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ଦ୍ୱାରା ଏକ ସଚେତନତା ଶିବିର ଆୟୋଜନ କରାଯାଇ ୩୦ ଜଣ ଲୋକଙ୍କୁ ଡାଇରିଆ ରୋଗ ନିୟନ୍ତ୍ରଣ ନେଇ ତାଲିମ ପ୍ରଦାନ କରାଯାଇଥିଲା।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories