www.samajalive.in
Thursday, December 11, 2025
15.1 C
Bhubaneswar

ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ସମ୍ବଲପୁର: ସ୍ୱାଧୀନତାର ୭୫ବର୍ଷ ବିତିବା ସହ ରାଜ୍ୟରେ ନିରନ୍ତର ଓ ନିରକୁଂଶ ଭାବରେ ୨୨ ବର୍ଷ ଶାସନ କଲାପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ । ୫-ଟିର ଅଦୃଶ୍ୟ ବିଭାଗର ପ୍ରଚାର ପ୍ରସାର ଏବଂ ବିଜ୍ଞାପନରେ ସରକାରଙ୍କ ସଫଳତା ଓ ବାହାଦୂରୀର ମିଛ ଡିଣ୍ଡିମ ପିଟିବାରେ ସରକାର ବ୍ୟସ୍ତ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ସାଧାରଣ ଓ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ସରକାର । ନାହିଁ ନାହିଁରେ ଚାଲିଛି ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା। ତହିଁ ଉପରେ ଦୁର୍ନୀତି, ଭ୍ରଷ୍ଟାଚାର, ରୋଗୀ ନିର୍ଯ୍ୟାତନା କଟା ଘା’ରେ ଲୁଣ ସଦୃଶ ସାଜିଛି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ନିଜେ କୋମାରେ ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ବୁଧବାର ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ଘେରିଛି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ । ବିଜେପି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ପ୍ରଭାସିନୀ ଦାଶଙ୍କ ନେତୃତ୍ୱରେ ଆଜି ମହିଳା କର୍ମୀମାନେ ସିଡିଏମଓଙ୍କ କୋଠରୀ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦାୟିତ୍ୱ ନିର୍ବାହ କରୁଥିବା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାସ କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ହୋଇଥିବା ଆପତ୍ତି, ଅଭିଯୋଗ ଓ ଆଲୋଚନାରେ ବହୁ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଆନ୍ଦୋଳକାରୀ । ବିଶେଷ କରି ପ୍ରସୂତି ବିଭାଗରେ ପ୍ରସୂତି ମହିଳା ଓ ପରିଜନଙ୍କୁ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା କରାଯାଉଥିବା ଅକଥନୀୟ ଆର୍ଥିକ ଅତ୍ୟାଚାର । ବିଭିନ୍ନ ସମୟରେ ନିୟମିତ ଚେକଅପ ସମୟରେ ଗର୍ଭବତୀ ମହିଳାମାନଙ୍କୁ ଅଲ୍‌ଟ୍ରାସାଉଣ୍ଡ ପାଇଁ ୫୦୦ ଟଙ୍କା ଲେଖାଏଁ ମାଗିବା, ପ୍ରସୂତି ପାଇଁ ଆସୁଥିବା ଗର୍ଭବତୀ ମହିଳାମାନଙ୍କୁ ଡେଲିଭରି ସମୟରେ ଡାକ୍ତର ନର୍ସ ଟଙ୍କା ମାଗିବା, ମିଠା ଖାଇବା ପାଇଁ ଟଙ୍କା ମାଗିବା, ଡିସଚାର୍ଜ ସମୟରେ ଟଙ୍କା ମାଗିବା, ବିଭିନ୍ନ ସ୍ଥାନରେ କିଛି ଅସାଧୁ ଆଶା କର୍ମୀ ପ୍ରସୂତି ମହିଳାମାନଙ୍କୁ ଟଙ୍କା ମାଗିବା ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ଆନ୍ଦୋଳନକାରୀ । ଏଭଳି ଅସାଧୁ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଲକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଥିଲେ । ସରକାରଙ୍କ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଉଛି ବୋଲି ସରକାର ବହାଦୁରୀ ମାରୁଛନ୍ତି, କିନ୍ତୁ ଅଧିକାଂଶ ସମୟରେ ରୋଗୀଙ୍କୁ ମାଗଣା ଔଷଧ ମିଳୁନାହିଁ । ସରକାରଙ୍କ ତାଲିକାଭୁକ୍ତ ଔଷଧଗୁଡିକ ମଧ୍ୟରୁ ଅଧିକାଂଶ ଔଷଧ ଷ୍ଟକରେ ନାହିଁ ବୋଲି କୁହାଯାଉଛି, ତେଣୁ ରୋଗୀ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛି । ସେ ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ କରିଥିଲେ । ଜିଲ୍ଲାରେ ଖାଲି ପଡିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପଦବୀ ପୂରଣ କରିବା, ଖରାପ ହୋଇ ପଡିରହିଥିବା ଆମ୍ବୁଲାନ୍ସଗୁଡିକୁ ଶୀଘ୍ର ମରାମତି କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବୀ କରିଥିଲେ ଆନ୍ଦୋଳନକାରୀମାନେ।

- Advertisement -

ଆଜିର ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ରୁନୁ ପ୍ରଧାନ, ଆରତୀ ବରାଡ଼, ସଲୀଳା ପଣ୍ଡା, ଭବାନୀ ଦୁସର, ରିଙ୍କି ସାହୁ, ଅନୁସୟା ସାମଲ, ମିନତୀ ବହିଦାର, ସୁମୀ ପରିଡା, ଟିକି ପ୍ରଧାନ, ନିମି ମୁଣ୍ଡା ଜିଲ୍ଲା ସଭାପତି ଗିରିଷ ପଟେଲ, ମାନସ ରଞ୍ଜନ ବକ୍ସି, ଅଶ୍ୱିନୀ ମାଝୀ, ପ୍ରଦୀପ ବେହେରା, ସୁଦୀପ ପରିଡା, ଟୁକୁ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories